ବରଗଡ: ବିଶିଷ୍ଟ ଗୀତିକାର ଓ କବି ଗୁଲଜାରଙ୍କ ପଦ୍ମଶ୍ରୀ ହଲଧର ନାଗଙ୍କୁ ଉପହାର । ତାଙ୍କ ଲିଖିତ 'A poem A Day' ପୁସ୍ତକକୁ ସେ ହଳଧର ନାଗଙ୍କୁ ଭେଟି ଦେଇଛନ୍ତି । ଏହାସହ ପୁସ୍ତକର ପ୍ରଥମ ପୃଷ୍ଠାରେ ପଦ୍ମଶ୍ରୀଙ୍କୁ ଏହି ପୁସ୍ତକର ଆଲୋକ ବୋଲି କହି ଧନ୍ୟବାଦ ଜଣାଇଛନ୍ତି ଗୁଲଜାର । ଏହି ପୁସ୍ତକ ସହିତ ଏକ ଚିଠି ମଧ୍ୟ ହଳଧର ନିକଟକୁ ସେ ପଠାଇଥିଲେ । 18 ଡିସେମ୍ବରରେ ଲେଖାଯାଇଥିବା ଏହି ଚିଠି 23ରେ ପହଞ୍ଚିଥିଲା ।
’ହଳଧର ନାଗ ମୋର ଏହି ପୁସ୍ତକର ସୂର୍ଯ୍ୟୋଦୟ ଭଳି’ ବୋଲି ଉଲ୍ଲେଖ କରିଛନ୍ତି ଖୋଦ୍ ଗୁଲଜାର। ପ୍ରଥମ ପୃଷ୍ଠାରେ ହଳଧର ନାଗଙ୍କୁ ସ୍ଥାନ ଦେଇ ତାଙ୍କ ପ୍ରତି ଗୁଲଜାରଙ୍କ ଥିବା ସମ୍ମାନ ଓ ଶ୍ରଦ୍ଧା ସ୍ପଷ୍ଟ ହୋଇଛି । 'A poem A Day' ପୁସ୍ତକରେ ଦେଶର ବଛା ବଛା 279 ଜଣ ବିଶିଷ୍ଟ କବିଙ୍କ କବିତାକୁ ଉପସ୍ଥାପନା କରାଯାଇଛି । 34ଟି ଭାଷାର ଏହି ପୁସ୍ତକର ଅନୁବାଦ ହିନ୍ଦୀ ଓ ଇଂରାଜୀରେ ଭାଷାରେ କରାଯାଇଛି ।