ବରଗଡ଼: ଧନ ତେରସ ପୂର୍ବରୁ ଗହଣା ଦୋକାନୀଙ୍କୁ ଝଟକା । ସିଟି ଓ ଜିଏସଟି ବିଭାଗ ଠକାମି ଅଭିଯୋଗରେ ଦୋକାନ ଉପରେ କରିଛି ଚଢ଼ାଉ । ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପଦ୍ମପୁର ସହରରେ ଥିବା ମିନାକ୍ଷୀ ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରିଛି CT ଓ GST ବିଭାଗ ।
ସରକାରଙ୍କୁ ଟିକସ ଫାଙ୍କିଥିବା ଅଭିଯୋଗରେ ଗହଣା ଦୋକାନରେ ସିଟି ଜିଏସଟି ବିଭାଗର ଏକ ଟିମ ପଦ୍ମପୁର ସହରସ୍ଥିତ ଏକ ଜୁଏଲାରୀ ଦୋକାନ ଉପରେ ଚଢ଼ାଉ ଜାରି ରଖିଛି । ପଦ୍ମପୁର ସହରର ଥାନା ଛକସ୍ଥିତ ମିନାକ୍ଷୀ ଜୁଏଲାରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ୨ଟି ଟିମ ପଦ୍ମପୁର ଥାନା ଛକସ୍ଥିତ ଦୋକାନ ଓ ଘରେ ସମୁଦାୟ ୨ ଗୋଟି ଟିମ ଏକକାଳୀନ ଚଢ଼ାଉ କରିଥିଲେ ।