ଓଡିଶା

odisha

ETV Bharat / state

ବ୍ୟବସାୟୀଙ୍କ ଘରେ ଓ ଦୋକାନରେ GST ବିଭାଗ ଚଢାଉ - କୋଟିପତି ବ୍ୟବସାୟୀଙ୍କ ଘରେ GST ରେଡ୍‌

GST ବିଭାଗ ପକ୍ଷରୁ ଆଜି ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁରରେ ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ । ତେବେ ବ୍ୟବସାୟୀ ଜଣକ ଦୀର୍ଘ ଦିନ ଧରି ଜିଏସଟି ଫାଙ୍କି ଟଙ୍କା ରୋଜଗାର କରୁଥିଲେ । ଅଧିକ ପଢନ୍ତୁ

gst department raid in padmapur
ପଦ୍ମପୁରରେ ବ୍ୟବସାୟୀଙ୍କ ଘରେ ଓ ଦୋକାନରେ GST ବିଭାଗର ଚଢଉ

By

Published : Feb 4, 2022, 6:51 PM IST

ବରଗଡ: GST ବିଭାଗ ପକ୍ଷରୁ ଆଜି ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁରରେ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ । ତେବେ ବ୍ୟବସାୟୀ ଜଣକ ଦୀର୍ଘ ଦିନ ଧରି ଜିଏସଟି ଫାଙ୍କି ଟଙ୍କା ରୋଜଗାର କରୁଥିଲେ । ଶେଷରେ ଆଜି GST ବିଭାଗ ଏହି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରି ସମସ୍ତ କାଗଜପତ୍ର ଜବତ କରିବା ସହିତ ଗଚ୍ଛିତ ଥିବା ସମସ୍ତ ସାମଗ୍ରୀର ତଦନ୍ତ କରୁଛି ।

ପଦ୍ମପୁରରେ ବ୍ୟବସାୟୀଙ୍କ ଘରେ ଓ ଦୋକାନରେ GST ବିଭାଗର ଚଢଉ

ବରଗଡ ଜିଲ୍ଲା ପଦ୍ମପୁରରୁ ବସନା ରୋଡ଼ରେ ଥିବା ଗିରିଧାରୀ ଅଗ୍ରଓ୍ବାଲଙ୍କ ଗୋଏଲ ଟ୍ରେଡର୍ସରେ ଆଜି GST ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ସକାଳ ୧୧ଟା ସମୟରେ GST ବିଭାଗର ଦୁଇଟି ଟିମ ଗିରିଧାରୀ ଅଗ୍ରୱାଲଙ୍କ ବାସଭବନରେ ଓ ତାଙ୍କ ଦୋକାନରେ ଚଢାଉ କରିଥିଲେ । ଏହି ବ୍ୟବସାୟୀ ଜଣକ ଲୁହାଛଡ, ସିମେଣ୍ଟ, ପ୍ଲାଷ୍ଟିକ ପାଇପ, କଲର ଓ ଆଜବେଷ୍ଟ ଆଦି ବ୍ୟବସାୟ କରୁଛନ୍ତି ।

ମାତ୍ର GST ଠକେଇ କରୁଥିବା ଅଭିଯୋଗରେ ଆଜି ଏହି ରେଡ କରା ଯାଇଥିବା GST ଅଧିକାରୀ ରଜନୀକାନ୍ତ ସେଠ କହିଛନ୍ତି । ଯେଉଁ ପରିମାଣରେ ଗୋୟଲ ଟ୍ରେଡର୍ସର ବ୍ୟବସାୟ ହେଉଛି ସେହି ପରିମାଣରେ GST ଦେୟ ପୈଠ କରୁନଥିବା ଅଭିଯୋଗରେ ରେଡ କରାଯାଇଛି । ତେବେ ସମସ୍ତ ଯାଞ୍ଚ ପରେ ବ୍ୟବସାୟୀ ଜଣକ କେତେ ପରିମାଣର GST ଫାଙ୍କିଛନ୍ତି ତାହା ଜଣାପଡିବ ବୋଲି GST ଅଧିକାରୀ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details