ଓଡିଶା

odisha

ETV Bharat / state

ଛତିଶଗଡ଼ରେ ଓଡ଼ିଶା ସରକାରଙ୍କ ଗାଡ଼ି, ସରକାରୀ ଯାନର ଅପବ୍ୟବହାର କରୁଥିବା ବେଳେ ଧରାପଡ଼ିଲେ ସରକାରୀ ବାବୁ

ଟୁର ବିଲ ଦେଖାଇ ଘରୋଇ କାମରେ ସରକାରୀ ଗାଡ଼ିକୁ ବ୍ୟବହାର କରୁଥିବା ନେଇ ସରକାରୀ ବାବୁଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଅଧିକ ପଢ଼ନ୍ତୁ

government officer caught misusing govt vehicle
ସରକାରୀ ଗାଡ଼ିର ଅପବ୍ୟବହାର କରି ଧରାପଡ଼ିଲେ ସରକାରୀ ବାବୁ

By

Published : Jun 11, 2023, 7:51 AM IST

ବରଗଡ଼: ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ବରଗଡ଼ର ସରକାରୀ ଗାଡ଼ି । ସରକାରୀ ବାବୁ ପରିବାର ନେଇ ଛତିଶଗଡ଼ ରାଜ୍ୟର ଚନ୍ଦ୍ରହାସିନୀକୁ ବୁଲି ଯାଇଥିଲେ । ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୂଲ୍ୟାନନ୍ଦ ମହାନ୍ତିଙ୍କ ନାମରେ ସରକାରୀ ଗାଡ଼ିକୁ ବେଆଇନ ଭାବେ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ଆସିଛି ।


ସୂଚନା ଅନୁଯାୟୀ ବରଗଡ଼ରେ କାର୍ଯ୍ୟରତ ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୂଲ୍ୟାନନ୍ଦ ମହାନ୍ତି ସରକାରୀ ଗାଡ଼ିକୁ ସରକାରୀ ଖର୍ଚ୍ଚରେ ନିଜ ପରିବାରକୁ ବିଭିନ୍ନ ସ୍ଥାନ ଭ୍ରମଣ କରିବାରେ ବ୍ୟବହାର କରୁଥିବା ନେଇ ଅଭିଯୋଗ ଆସିଛି । ଟୁର ବିଲ ଦେଖାଇ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଦର୍ଶନୀୟ ସ୍ଥାନକୁ ନିଜ ପରିବାର ଓ ସମ୍ପର୍କୀୟଙ୍କୁ ନେଇ ବୁଲିବାକୁ ଯାଉଥିବା ଅଭିଯୋଗ ଆସିବା ପରେ ଏହାର ସତ୍ୟତା ନେଇ ବରଗଡ଼ର ଦୁର୍ନୀତି ନିବାରଣ ସଂସ୍ଥା ଦ୍ଵାରା ଯାଞ୍ଚ କରାଯାଇଥିଲା । ତେବେ ଦୀର୍ଘ ଦିନ ଧରି ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୂଲ୍ୟାନନ୍ଦ ମହାନ୍ତିଙ୍କ ଗତିବିଧିକୁ ଅନୁସରଣ କରିବା ପରେ ପ୍ରକୃତ ଘଟଣା ସାମନାକୁ ଆସିଥିଲା ।

ସେ ନିଜ ପରିବାରକୁ ନେଇ ଛତିଶଗଡ଼ ରାଜ୍ୟରେ ଥିବା ତୀର୍ଥସ୍ଥଳୀ ଚନ୍ଦ୍ରହାସିନୀକୁ ବୁଲିବାକୁ ଯାଇ ଧରାପଡିଥିଲେ । ଆଣ୍ଟି କରପସନ ଟିମର ସଦସ୍ୟ ମାନେ ଅମୂଲ୍ୟାନନ୍ଦ ମହାନ୍ତିଙ୍କ ଗାଡ଼ି ପଛରେ ଯାଇ ସିଧା ଛତିଶଗଡ଼ରେ ପହଞ୍ଚିଥିଲେ । ତେବେ ଓଡ଼ିଶା ସରକାରଙ୍କ ଗାଡ଼ି ରାଜ୍ୟ ବାହାରକୁ ଯିବାର ନିୟମ ନଥିବା ବେଳେ ଅଧିକାରୀ ଜଣକ ସରକାରୀ ଗାଡ଼ି ଏବଂ ଡ୍ରାଇଭରକୁ ବେଆଇନ ଭାବେ ଅନ୍ୟ ରାଜ୍ୟକୁ ନେବା ନେଇ ପ୍ରଶ୍ନ ଉଠିଛି ।


ଏହି ଅଧିକାରୀ ଜଣକ ପୂର୍ବରୁ ମଧ୍ୟ ନିଜ ପରିବାର ଓ ସମ୍ପର୍କୀୟଙ୍କ ମଉଜ ମଜଲିସ ପାଇଁ ଟୁର ବିଲ ଦେଖାଇ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ସ୍ଥାନକୁ ଯାଇଛନ୍ତି । ଏପରି ସରକାରୀ ସୁବିଧା ସୁଯୋଗର ଦୂରୁପଯୋଗ କରୁଥିବା ଅଭିଯୋଗ ଆସିଛି । ମାସକୁ ଲକ୍ଷାଧିକ ଦରମା ସହିତ ଘରଭଡ଼ା ବାବଦକୁ ହଜାର ହଜାର ଟଙ୍କା ମିଳୁଛି । ତା ବାହାରେ ସରକାରୀ କାମ ପାଇଁ ସରକାର ଗାଡ଼ି, ଡ୍ରାଇଭର ଏବଂ ତେଲ ଯୋଗେଇ ଦେଇଛନ୍ତି । ମାତ୍ର ଜନସାଧାରଣଙ୍କ ଟାକ୍ସ ଟଙ୍କାରେ ଯୋଗେଇ ଦିଆଯାଇଥିବା ଏସବୁ ସୁବିଧା ସୁଯୋଗର ବ୍ୟାପକ ଅପବ୍ୟବହାରକୁ ନେଇ ସାଧାରଣରେ ନିନ୍ଦା ପ୍ରକାଶ କରାଯାଇଛି । ଏନେଇ ଜିଲ୍ଲାର ବୁଦ୍ଧିଜୀବୀମାନେ ଅମୂଲ୍ୟାନନ୍ଦ ମହାନ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି ଜଣାଇଛନ୍ତି ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details