ଓଡିଶା

odisha

ETV Bharat / state

ନିଆରା ଗାନ୍ଧୀ ଜୟନ୍ତୀ, ସାମୂହିକ ରାମଧୁନ ଗାଇଲେ ଦୁଇ ହଜାର ଛାତ୍ରଛାତ୍ରୀ

ନିଆରା ଢଙ୍ଗରେ ପାଳିତ ହେଲା ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ । 2 ହଜାରରୁ ଅଧିକ ଛାତ୍ରଛାତ୍ରୀ ବରଗଡରେ କଲେ ସାମୂହିକ ଭଜନ ଗାନ ।

ଡିଜାଇନ ଫଟୋ

By

Published : Oct 2, 2019, 4:11 PM IST

ବରଗଡ: ନିଆରା ଢଙ୍ଗରେ ପାଳିତ ହେଲା ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ । 2 ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମୂହିକ କଲେ ଭଜନ ଗାନ । ବରଗଡ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏପରି ଭାବେ ପାଳନ ହୋଇଛି ଗାନ୍ଧୀ ଜୟନ୍ତୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସକାଳ 7ଟାରେ ବରଗଡ ଗାନ୍ଧୀଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମାଲ୍ୟାର୍ପଣ କରିଥିଲେ । ପରେ ମହାତ୍ମା ଗାନ୍ଧୀଙ୍କ ଜୟ, ନାରା ଲଗାଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ଏକ ରାଲି ବରଗଡ ସହର ପରିକ୍ରମା କରିଥିଲା । ଏହା ସହ ଲୋକ ମଣ୍ଡପ ପଡିଆରେ ସାମୂହିକ ରାମଧୁନ ଗାନ କରିଥିଲେ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ।

ଫଳରେ ବରଗଡ ସହର ସକାଳୁ ସକାଳୁ ରାମଧୁନରେ ଗୁଞ୍ଜରି ଉଠିଥିଲା । ଲୋକ ମଣ୍ଡପ ପଡିଆରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜାରାମ ’ ଓ ‘ବୈଷ୍ଣବ ଜନତୋ’ ର ସାମୂହିକ ଗାନ କରିଥିଲେ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ସମସ୍ତ ଧର୍ମର ଲୋକଙ୍କୁ ମଞ୍ଚରେ ନିମନ୍ତ୍ରିତ କରାଯାଇ ମହାତ୍ମାଗାନ୍ଧୀଙ୍କ ଜାତିପ୍ରଥାର ବିଚାରଧାରାକୁ ଆଲୋକପାତ କରାଯାଇଥିଲା ।

ଏହି ଅବସରରେ ଗାନ୍ଧୀଜୀଙ୍କ ଉପରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରାସ୍କାର ବିତରଣ କରାଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details