ଓଡିଶା

odisha

ETV Bharat / state

ପାଣି ଅପେକ୍ଷାରେ ପଦ୍ମପୁର - water scarcity in Summer in Padmpur

ବରଗଡ଼ ଜିଲ୍ଲା ପଦ୍ମପୁର ଦେଖା ଦେଲାଣି ଉତ୍କଟ ଜଳ ସଙ୍କଟ । ସମସ୍ୟ ଧିରେ ଧିରେ ବଢୁ ଥିବାରୁ ପ୍ରଶାସନକୁ ଗୁହାରୀ କରିଛନ୍ତି ଗ୍ରାମବାସୀ ।

water scarcity in Summer in Padmpur
ପାଣି ଅପେକ୍ଷାରେ ପଦ୍ମପୁର

By

Published : May 29, 2020, 8:45 PM IST

ବରଗଡ଼: ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ବଢୁଛି ପାରଦ । ଏଥିରେ ଜଳାଶ୍ରୟ ଶୁଖିଥିବାରୁ ଦେଖାଯାଉଛି ପାଣି ସମସ୍ୟା । ଅନ୍ୟପଟେ ଜିଲ୍ଲା ପ୍ରଶାସନ କରୋନା ଯୁଦ୍ଧରେ ମାତିଥିବା ବେଳେ ଲୋକେ କିପରି ଏଥର ଜଳକଷ୍ଟରୁ ମୁକ୍ତି ପାଇବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅଞ୍ଚଳବାସୀ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ବହିଯାଇଛି ଅଙ୍ଗ ନଦୀ ହେଲେ ନିକଟସ୍ଥ ଗ୍ରାମ ମାନଙ୍କରେ ଗ୍ରୀଷ୍ମ ଋତୁରେ ପ୍ରବଳ ଜଳସଙ୍କଟ ଦେଖା ଦେଇଥାଏ ।

ପାଣି ଅପେକ୍ଷାରେ ପଦ୍ମପୁର

ତେବେ ଚଳିତ ବର୍ଷ ମଧ୍ୟ ଏଠାକାର ଲୋକେ ଏବେଠାରୁ ଜଳସଙ୍କଟ ର ସମ୍ମୁଖୀନ ହେଲେଣି । ଗାଇସିଲେଟ ଅଞ୍ଚଳର ବହୁ ଗ୍ରାମର ଲୋକେ ଗାଧୋଇବା ପାଇଁ ବହୁ ଦୂରକୁ ଯାଉଥିବା ବେଳେ ମହିଳା ମାନେ ପିଇବା ପାଣି ଟିକକ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲା ପ୍ରଶାସନ ଏବେ ମହାମାରୀ ପାଇଁ ବ୍ୟସ୍ତ ଥିବା ବେଳେ ଏଠାକାର ଲୋକେ ଏଥର ଖରା ଦିନେ ପିଇବା ପାଣି ମୁନ୍ଦକ ପାଇବେ ନା ନାହିଁ ସେନେଇ ସନ୍ଦେହରେ ରହିଛନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରଶାସନ ପାଣି ଯୋଗେଇଦେଲେ ଅଞ୍ଚଳବାସୀଙ୍କ ପାଣି ସମସ୍ୟା ଦୂର ହୋଇଯାଅନ୍ତା ବୋଲି ଆଶା ରଖିଛନ୍ତି ଅଞ୍ଚଳ ବାସୀ ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ABOUT THE AUTHOR

...view details