ଓଡିଶା

odisha

ETV Bharat / state

ନଭେମ୍ବର ୨୦ରୁ ଚୟନ ହେବେ ଧନୁଯାତ୍ରା ପାଇଁ ନୂତନ କଳାକାର - From nov 20 selection of Artist for dhanuyatara

ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନ କରାଯିବାକୁ ଧନୁଯାତ୍ରା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ନଭେମ୍ବର ୧୬ ତାରିଖ ମଧ୍ୟରେ କଳାକାରମାନେ ନିଜ ନିଜର ରେଜିଷ୍ଟ୍ରେସନ କରିପାରିବେ । ୨୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ କଳାକାର ଚୟନ ପ୍ରକ୍ରିୟା ହେବ ।

ନଭେମ୍ବର ୨୦ ରୁ ଚୟନ ହେବେ ଧନୁଯାତ୍ରା ପାଇଁ ନୂତନ କଳାକାର

By

Published : Nov 5, 2019, 6:02 AM IST

ବରଗଡ: ଆସନ୍ତା ୩୧ ଡିସେମ୍ବରରେ ହେବାକୁ ଥିବା ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନ କରାଯିବାକୁ ଧନୁଯାତ୍ରା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୋମବାର ଆଜି ଏହି କଳାକାର ଚୟନ ପାଇଁ ସମୟ ସୀମା ନିର୍ଦ୍ଧାରିତ କରାଯାଇଛି ।

ନଭେମ୍ବର ୨୦ ରୁ ଚୟନ ହେବେ ଧନୁଯାତ୍ରା ପାଇଁ ନୂତନ କଳାକାର

ଆସନ୍ତା ନଭେମ୍ବର ୧୬ ତାରିଖ ମଧ୍ୟରେ କଳାକାରମାନେ ନିଜ ନିଜର ରେଜିଷ୍ଟ୍ରେସନ କରିପାରିବେ । ୨୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ କଳାକାର ଚୟନ ପ୍ରକ୍ରିୟା ଚାଲିବାର ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଗୋପପୁର କମିଟି ସହିତ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଆଲୋଚନା କରିଥିଲେ । ଗୋପପୁରରେ ବିଗତ ବର୍ଷ ଅପେକ୍ଷା କିପରି ଆହୁରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details