ବରଗଡ଼: ଅନଲାଇନ ସପିଂ ପରି ବିଭିନ୍ନ ୱେବସାଇଟ ଗୁଡି଼ର ଡୁପ୍ଲିକେଟ ବା ନକଲି ୱେବସାଇଟ ଏବେ ସକ୍ରିୟ ହୋଇ ଲୋକଙ୍କୁ ଠକୁଥିବା ଅଭିଯୋଗ ହେବାପରେ ବରଗଡ଼ର ସାଇବର ଏକ୍ସପଟ ଚିରାଗ ରଥ ଅନଲାଇନ କିଣାବିକା କରୁଥିବା ଲୋକଙ୍କୁ ସଚେତନ କରାଇଛନ୍ତି ।
ଫ୍ଲିପକାର୍ଟ ପରି ଅନଲାଇନ ୱେବସାଇଡର ଅବିକଳ ନକଲି ୱେବସାଇଟ ଇଣ୍ଟରନେଟରେ ରହିଥିବା ଦେଖାଇ ସେ ଲୋକଙ୍କୁ ସଚେତନ କରାଇଛନ୍ତି । ଫ୍ଲିପକାର୍ଟ ପରି ବହୁ କମ୍ପାନୀ ଏପରି ଠକ ୱେବସାଇଟ ବିରୋଧରେ ବିଭିନ୍ନ ସ୍ଥାନରେ ଏତଲା ଦେଇ ସାଇବର କେସ କରାଯାଇଥିଲେ ସୁଦ୍ଧା ଏପରି ଠକାମୀ କରୁଥିବା ରାକେଟକୁ ଧରିବାରେ ବିଫଳ ହୋଇଛି ପୋଲିସ ।