ଓଡିଶା

odisha

By

Published : Jul 9, 2022, 12:06 PM IST

ETV Bharat / state

ବରଗଡ ପୋଲିସକୁ ସଫଳତା, ଧରାପଡିଲେ ୪ ଡକାୟତ

ଦିନକୁ ଦିନ ରାଜ୍ୟରେ ବଢୁଛି ଲୁଟପାଟ । ଡକାୟତଙ୍କ ଡକାୟତି ଲୋକଙ୍କ ନିଦ ଉଡାଇ ଦେଇଥିଲା । ଅଭିଯୋଗ ପରେ 4 ଡକାୟତଙ୍କୁ ଧରିବାରେ ସଫଳ ହୋଇଛି ବରଗଡ ପୋଲିସ । ଅଧିକ ପଢନ୍ତୁ

ବରଗଡ ପୋଲିସକୁ ସଫଳତା, ଧରାପଡିଲେ ୪ ଡକାୟତ
ବରଗଡ ପୋଲିସକୁ ସଫଳତା, ଧରାପଡିଲେ ୪ ଡକାୟତ

ବରଗଡ: ଦିନକୁ ଦିନ ରାଜ୍ୟରେ ବଢୁଛି ଲୁଟପାଟ । ଡକାୟତଙ୍କ ଡକାୟତି ଲୋକଙ୍କ ନିଦ ଉଡାଇ ଦେଇଥିଲା । ଅଭିଯୋଗ ପରେ 4 ଡକାୟତଙ୍କୁ ଧରିବାରେ ସଫଳ ହୋଇଛି ବରଗଡ ପୋଲିସ । ଏହାସହ ପଚରାଉଚରା ପରେ ଡକାୟତଙ୍କୁ କୋର୍ଟକୁ ଚାଲାଣ କରିଛି ପୋଲିସ ।

ସୂଚନାଅନୁସାରେ, ଗତ ଗୁରୁବାର ଦିନ ରାତିରେ ଗୋଟିଏ ରସୁଣ ବୋଝେଇ ଟ୍ରକ କଟକ ଅଭିମୁଖେ ଯାଉଥିବା ବେଳେ ବରଗଡ ଟୋଲଗେଟ ନିକଟରେ ଗୋଟିଏ ଧଳା ରଙ୍ଗର କାରରେ ଆସି 6 ଜଣ ଡକାୟତ ଟ୍ରକ ଟିକୁ ଅଟକାଇ ଟ୍ରକ ଡ୍ରାଇଭର ଠାରୁ 4 ହଜାର ଟଙ୍କା, ଏଟିଏମ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଲୁଟିନେଇଥିଲେ । ଏନେଇ ବରଗଡ ଟାଉନ ଥାନାରେ ଅଭିଯୋଗ ହୋଇଥିଲା ।

ଏହାପରେ ପୋଲିସ ଏହି ଘଟଣାକୁ ଗୁରୁତ୍ଵର ସହ ନେଇ ତଦନ୍ତ ଚଳାଇଥିଲା ଏବଂ 4 ଜଣ ଡକାୟତକୁ ଗିରଫ କରିବାରେ ସଫଳ ହୋଇଛି । ଏହାସହ ସେମାନଙ୍କ ନିକଟରୁ ଗୋଟିଏ କାର,ଗୋଟିଏ ବନ୍ଧୁକ, ଗୋଟିଏ ଛୁରୀ, ଗୋଟିଏ ଲୁହା କଟର ଏବଂ 4ଟି ମୋବାଇଲ ସହିତ 4 ହଜାର ଟଙ୍କା ଜବତ କରାଯାଇଛି । ଟାଉନ ଥାନାରେ ଏନେଇ ଏତଲା ହେବାପରେ ପୋଲିସ ତଦନ୍ତ ଚଳାଇ ଆଜି 6 ଜଣଙ୍କ ମଧ୍ୟରୁ 4 ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫ ଡକାୟତ ମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details