ଓଡିଶା

odisha

ETV Bharat / state

ବରଗଡ଼ରେ ଚାଞ୍ଚଲ୍ୟ, ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର - ଗୋଟିଏ ପରିବାରର ଚାରି ଜଣ ମୃତ

ବରଗଡ଼ରେ ଚାଞ୍ଚଲ୍ୟ । ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର । ବରଗଡ଼ ଜିଲ୍ଲା ଜାଣ୍ଡୋଲ ଗ୍ରାମରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ

ବରଗଡ଼ରେ ଚାଞ୍ଚଲ୍ୟ, ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର
ବରଗଡ଼ରେ ଚାଞ୍ଚଲ୍ୟ, ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର

By

Published : Oct 30, 2022, 11:00 PM IST

ବରଗଡ଼:ବରଗଡ଼ରେ ଚାଞ୍ଚଲ୍ୟ । ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର । ପାର୍ବଣ ଋତୁରେ ସବୁଆଡ଼େ ଉତ୍ସବର ମାହୋଲ ଥିବା ବେଳେ ଜିଲ୍ଲାରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଏକ ଘରୁ ଉଦ୍ଧାର ହୋଇଛି (4 dead bodies recovered from a house in Bargarh) । ଏକା ସାଙ୍ଗରେ ୪ଟି ମୃତଦେହ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ବରଗଡ଼ରେ ଚାଞ୍ଚଲ୍ୟ, ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର

ଜାଣ୍ଡୋଲ ଗ୍ରାମର ବନ୍ଧପଡ଼ା ୟୁପି ସ୍କୁଲ ନିକଟରେ ଥିବା ଶେଷ ମେହେରଙ୍କ ଘରୁ ଦୁର୍ଗନ୍ଧ ବାହାରିଥିଲା । ଏ ନେଇ ସ୍ଥାନୀୟ ଲୋକେ ଭେଡ଼େନ ପୋଲିସକୁ ରବିବାର ସନ୍ଧ୍ୟାରେ ଫୋନ କରିଥିଲେ । ସଙ୍ଗେ ସଙ୍ଗେ ଥାନା ଅଧିକାରୀ ସଙ୍ଗୀତା ମହାପାତ୍ର କିଛି କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲିଯିବା ପରେ ଯାହା ଘଟିଥିଲା ତାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ଏକା ସହିତ ଉକ୍ତ ଘରୁ ୪ଟି ମୃତଦେହ ଉଦ୍ଧାର ହୋଇଥିଲା ।

ଏହା ବି ପଢନ୍ତୁ- Danger Game: ଗେମ୍‌ ଖେଳୁ ଖେଳୁ ଚାଲିଗଲା ଯୁବକଙ୍କ ଜୀବନ

ଉକ୍ତ ଘରୁ ଉଦ୍ଧାର ହୋଇଥିବା ୪ଟି ମୃତଦେହ ହେଉଛି ଶେଷଦେବ ମେହେର (୫୫), ଖିରେଶ୍ଵରି ମେହେର (୪୮), ଅରବିନ୍ଦ ମେହେର (୨୮), ଶିବାନୀ ମେହେର (୨୦) । ପରିବାରର ୪ ଜଣଙ୍କ ଗୋଟିଏ ସମୟରେ କିପରି ମୃତ୍ୟୁ ଘଟିଲା ତାହାକୁ ନେଇ ଚାରିଆଡ଼େ ଚହଳ ପଡ଼ିଛି । ସେପଟେ ରାତ୍ରି ସମୟ ହୋଇଥିବାରୁ ତଦନ୍ତ ବାଧା ଉପୁଜିବାର ଆଶଙ୍କା ରହିଥିଲା । ଏଥିଲାଗି ଆସନ୍ତାକାଲି ସକାଳୁ ସାଇଣ୍ଟିଫିକ ଟିମ୍ ଆଉ ଡଗ୍‌ ସ୍ବାର୍ଡ ପହଞ୍ଚିଲା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ଏ ନେଇ ବରଗଡ଼ ଏସପି ପରମାର ସ୍ମିତ କହିଛନ୍ତି, " ବର୍ତ୍ତମାନ ଘଟଣାସ୍ଥଳରେ ବରଗଡ଼ SDPO ଅମ୍ରିତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଘର ଚାରି ପଟେ ପୋଲିସ ଜଗି ରହିଛନ୍ତି । କେଉଁ ପରିସ୍ଥିତିରେ ଗୋଟେ ପରିବାରରେ ଏପରି ବଡ ଘଟଣା ଘଟିଲା ? ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡ଼ିବ ।" ତେବେ ଭେଡେନ ଥାନା ଅଞ୍ଚଳରେ ଏଭଳି ଘଟଣା କେବେ ବି ଘଟି ନ ଥିଲା । କେବେଠୁ ଓ କେମିତି ସେମାନଙ୍କ ମୃତ୍ୟୁ ଘଟିଲା ? ପାଖ ପଡୋଶୀ କେମିତି ଏ ନେଇ ଜାଣି ପାରିଲେନି ? ଏ ନେଇ ପ୍ରଶ୍ନ ଉଠିଥିବା ବେଳେ ପୋଲିସର ତଦନ୍ତକୁ ସମସ୍ତଙ୍କ ଅପେକ୍ଷା ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details