ବରଗଡ: ଗତ ଦୁଇ ଦିନ ହେଲା ଜିଲ୍ଲାରେ ପ୍ରଚୁର ବର୍ଷା ଲାଗିରହିଥିବା ବେଳେ ବହୁ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । କେଉଁଠି ମାଟି ଘର ଭୁସୁଡି ପଡିଥିବା ବେଳେ ଆଉ କେଉଁଠି ବଡବଡ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି । ସେପଟେ ଲୋକଙ୍କ କ୍ଷୟକ୍ଷତିର ଆକଳନ କରୁଛନ୍ତି ଜିଲ୍ଲାପାଳ ।
ଲଘୁଚାପ ଜନିତ ବର୍ଷା ସାରା ରାଜ୍ୟରେ ଲାଗିରହିଥିବା ବେଳେ ବରଗଡ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗାଇସିଲେଟ ବ୍ଲକର ଅଙ୍ଗ ନଦୀ ଜଳ ଗାଁ ଭିତରକୁ ପ୍ରବେଶ କରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଅମ୍ବଭୋନା ବ୍ଲକର ଚିକିଳି ଗ୍ରାମ ନିକଟକୁ ମହାନଦୀର ପାଣି ମାଡି ଆସିଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା ।