ଓଡିଶା

odisha

ETV Bharat / state

ବରଗଡରେ ପ୍ରଥମ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ

ବରଗଡ ଜିଲ୍ଲାରେ କୋରୋନା ଆକ୍ରାନ୍ତ ହୋଇ ଜଣେ କାର୍ଯ୍ୟରତ ଏଏସଆଇଙ୍କ ମୃତ୍ୟୁ ହୋଇଛି । ତେବେ ସେ ଜିଲ୍ଲାର ପ୍ରଥମ କୋରୋନା ଯୋଦ୍ଧା ଭାବରେ କୋରୋନାର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...

ବରଗଡରେ କୋରୋନା ନେଲା ପ୍ରଥମ ମୁଣ୍ଡ
ବରଗଡରେ କୋରୋନା ନେଲା ପ୍ରଥମ ମୁଣ୍ଡ

By

Published : Sep 6, 2020, 7:51 PM IST

ବରଗଡ: ବରଗଡ ଜିଲ୍ଲାରେ କୋରୋନା ଆକ୍ରାନ୍ତ ହୋଇ ଜଣେ କାର୍ଯ୍ୟରତ ଏଏସଆଇଙ୍କ ମୃତ୍ୟୁ ହୋଇଛି । ତେବେ ସେ ଜିଲ୍ଲାର ପ୍ରଥମ କୋରୋନା ଯୋଦ୍ଧା ଭାବରେ କୋରୋନାର ଶିକାର ହୋଇଛନ୍ତି ।

ବରଗଡରେ କୋରୋନା ନେଲା ପ୍ରଥମ ମୁଣ୍ଡ

ମୃତ କୋରୋନା ଯୋଦ୍ଧା ବରଗଡ ଜିଲ୍ଲା ପୋଲିସର ଏଏସଆଇ ଭାବରେ କାର୍ଯ୍ୟରତ ମନୋଜ କୁମାର ହୋତା ବୋଲି ଜଣାପଡିଛି । ସେ ବରପାଲି ଥାନାରେ କାର୍ଯ୍ୟରତ ଥିଲେ । କିଛି ଦିନ ତଳେ ସେ କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ ।

ବରଗଡ ଏସପି ପଦ୍ମିନୀ ସାହୁ ରବିବାର ଏସପି ଅଫିସରେ ତାଙ୍କର ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବରପାଲି ଥାନାରେ କୋର୍ଟ ବାବୁ ଭାବରେ କାର୍ଯ୍ୟରତ ମନୋଜ କୁମାର ହୋତା କୋରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମାତ୍ର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା । ଶେଷରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବରଗଡ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details