ଓଡିଶା

odisha

ETV Bharat / state

ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ଥାନାରେ ଏତଲା - padmasree haladhar nag

ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ଏତଲା । ବରଗଡ ଜିଲ୍ଲା ମେଳଛାମୁଣ୍ଡା ଥାନାରେ ଦୁର୍ବ୍ୟବହାର ଓ ଅପମାନିତ କରାଯାଇଥିବା ଅଭିଯୋଗରେ ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ଦିଆଯାଇଛି ଏତଲା । ଅଧିକ ପଢନ୍ତୁ..

ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ଥାନାରେ ଏତଲା
ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ଥାନାରେ ଏତଲା

By

Published : Jul 3, 2020, 10:42 PM IST

Updated : Jul 4, 2020, 3:43 PM IST

ବରଗଡ: ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ଥାନାରେ ଏତଲା । ବରଗଡ ଜିଲ୍ଲା ମେଳଛାମୁଣ୍ଡା ଥାନାରେ ପଦ୍ମଶ୍ରୀ ହଳଧର ନାଗଙ୍କର ନିଜ ଗ୍ରାମ ଘେଂସ ର ଜଣେ ଓକିଲ ଦେଇଛନ୍ତି ଏତଲା । ଘେଂସ ଗ୍ରାମର ଅନ୍ୟ ବହୁ ବ୍ୟକ୍ତିଙ୍କ ସମେତ ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ଦୁର୍ବ୍ୟବହାର ଓ ଅପମାନିତ କରାଯାଇଥିବା ଅଭିଯୋଗରେ ଥାନାରେ ହୋଇଛି ଏତଲା ।

ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ଥାନାରେ ଏତଲା
ସୂଚନା ଅନୁଯାୟୀ ଘେଂସ ଗ୍ରାମର ଜଣେ ଓକିଲ କୁଞ୍ଜବିହାରୀ ସାହୁଙ୍କ ଝିଅ ଦିଲ୍ଲୀରୁ ନିଜ ଗ୍ରାମକୁ ଗତ ଜୁନ ମାସ ୧୩ ତାରିଖରେ ଫେରି ସରକାରଙ୍କ ନିୟମାବଳୀକୁ ଅନୁସରଣ କରି ଘରେ କ୍ବାରାଣ୍ଟାଇନରେ ରହିଥିଲେ । ମାତ୍ର ୯ ଦିନ ପରେ ଗତ ୨୧ ଜୁନ ସନ୍ଧ୍ୟାରେ ଘେଂସ ଗ୍ରାମବାସୀ ଏବଂ ପଦ୍ମଶ୍ରୀ ହଳଧର ନାଗ ନିଜେ କୁଞ୍ଜବିହାରୀ ସାହୁଙ୍କ ଘରକୁ ଯାଇ ତାଙ୍କ ଝିଅଙ୍କୁ କ୍ବାରାଣ୍ଟାଇନ ସେଣ୍ଟରରେ ରଖାଯାଉ ବୋଲି କହିଥିଲେ । ଗ୍ରାମକୁ ଅନ୍ୟ ରାଜ୍ୟରୁ ଆସୁଥିବା ସମସ୍ତ ପ୍ରବାସୀଙ୍କୁ କ୍ବାରାଣ୍ଟାଇନ ସେଣ୍ଟର ଠାରେ ରଖାଯାଉଛି ଅନ୍ତତଃ ତାଙ୍କ ଝିଅ ଦିଲ୍ଲୀ ପରି ରେଡ଼ ଜୋନ ଅଞ୍ଚଳରୁ ଆସି କାହିଁକି ଘରେ ରହିବେ ବୋଲି ଯୁକ୍ତି ତର୍କ ହୋଇଥିଲା ।

ତେବେ ଗତ ୨୨ ତାରିଖରେ କୁଞ୍ଜବିହାରୀ ସାହୁ ଗ୍ରାମବାସୀଙ୍କ ସମେତ ହଳଧର ନାଗଙ୍କ ବିରୋଧରେ ମେଳଛାମୁଣ୍ଡା ଥାନାରେ ଏତଲା ଦେଇଥିଲେ । ତେବେ ପଦ୍ମଶ୍ରୀ ହଳଧର ନାଗ ସମେତ ଗ୍ରାମବାସୀଙ୍କ ନାମରେ ମେଳଛାମୁଣ୍ଡା ଥାନାରେ ସିଆରପିସି ୧୫୪ ଧାରା ଅନୁଯାୟୀ ୧୪୩ , ୨୯୪ , ୫୦୯ , ୫୦୬ ଆଦି ଦଫା ଲଗାଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Jul 4, 2020, 3:43 PM IST

ABOUT THE AUTHOR

...view details