ଓଡିଶା

odisha

ETV Bharat / state

କଣ୍ଟେନମେଣ୍ଟ ଜୋନରେ ପଶି ଅର୍ଥ ଆଦାୟ, ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଅଟକ - ବରଗଡରେ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଅଟକ

କୋରୋନା ମହାମାରୀ ସମୟରେ ଅର୍ଥଲଗାଣକାରୀ ସଂସ୍ଥାଗୁଡିକୁ ଋଣ ଅର୍ଥ ଆଦାୟ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ପ୍ରଶାସନ । ତଥାପି ପ୍ରଶାସନର କଟକଣାକୁ ଖାତିର ନକରି ଶନିବାର ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଜଣେ ଫାଇନାନ୍ସ କମ୍ପାନୀର ଏଜେଣ୍ଟି ପଶି ଅର୍ଥ ଆଦାୟ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

money collection form containment zone, finance company's torture, bargarh finance company's agent arrested, bargarh latest news, କଣ୍ଟେନମେଣ୍ଟ ଜୋନରୁ ଋଣ ଆଦାୟ, ଫାଇନାନ୍ସ କମ୍ପାନୀର ଜୁଲମ, ବରଗଡରେ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଅଟକ, ବରଗଡ ଲାଟେଷ୍ଟ ନ୍ୟୁଜ୍‌
କଣ୍ଟେନମେଣ୍ଟ ଜୋନରେ ପଶି ଅର୍ଥ ବସୁଲ, ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଅଟକ

By

Published : Jun 27, 2020, 9:36 PM IST

ବରଗଡ: କୋରୋନା ମହାମାରୀ ସମୟରେ ଅର୍ଥଲଗାଣକାରୀ ସଂସ୍ଥାଗୁଡିକୁ ଋଣ ଅର୍ଥ ଆଦାୟ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ପ୍ରଶାସନ । ତଥାପି ପ୍ରଶାସନର କଟକଣାକୁ ଖାତିର ନକରି ଶନିବାର ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଜଣେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ପଶି ଅର୍ଥ ଆଦାୟ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଏହି ଅଞ୍ଚଳରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା ।

ନିୟମ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ନା କେହି ପ୍ରବେଶ କରିପାରିବେ ନା କେହି ଏହି ଜୋନରୁ ବାହାରକୁ ଯାଇପାରିବେ ନାହିଁ । ତଥାପି ଫାଇନାନ୍ସ କମ୍ପାନୀର ଏଜେଣ୍ଟ ଜରବଦସ୍ତି ପଶି ଘରକୁ ଘର ବୁଲି ଋଣ ଅର୍ଥ ଆଦାୟ କରୁଥିଲେ । ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ତୁରନ୍ତ ପଦ୍ମପୁର ଏନଏସି ଇଓ ଜୟନ୍ତ ସାହୁ ଏଜେଣ୍ଟକୁ ଧରି ଥାନାରେ ଦେଇଥିଲେ ।

ତେବେ ଲକଡାଉନ ସମୟରେ ଅନେକଙ୍କ ବ୍ୟବସାୟ ଓ ରୋଜଗାର ପ୍ରଭାବିତ ହୋଇଥିବାରୁ ସମସ୍ତ ଜିଲ୍ଲା ପ୍ରଶାସନ କୌଣସି କମ୍ପାନୀ ଗ୍ରାହକଙ୍କ ଉପରେ ଋଣ ପୈଠ ପାଇଁ ଚାପ ପ୍ରୟୋଗ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କଡା ନିର୍ଦ୍ଦେଶ ସତ୍ତ୍ବେ ସମ୍ପୃକ୍ତ ଏଜେଣ୍ଟଙ୍କ ମନମାନି କରି ଋଣ ଆଦାୟ କରିଥିଲେ । ସେ ପୁଣି ଏକ କଣ୍ଟେନମେଣ୍ଟ ଜୋନରୁ । ଏଥିପାଇଁ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details