ଓଡିଶା

odisha

ETV Bharat / state

କୃଷି ବିଭାଗ ଅଯଥାରେ ଚଢାଉ କରି ହଇରାଣ କରୁଥିବା ଅଭିଯୋଗ - କୃଷି ବିଭାଗ ଅଯଥାରେ ଚଢାଉ

ସାର ଓ କୀଟନାଶକ ଦୋକାନୀ ମାନଙ୍କ ଦୋକାନରେ ଅଜଥାରେ ଚଢ଼ାଉ କରି କୃଷି ବିଭାଗ ହଇରାଣ କରୁଥିବା ବରଗଡ଼ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ଜିଲ୍ଲା ସାର ଓ କୀଟନାଶକ ଦୋକାନୀ ସଂଘ । ଅଧିକ ପଢ଼ନ୍ତୁ...

Fertilizer and pesticide shops, allegations of  harassment,  harassment by the Department of Agriculture, Bargarh,  କୃଷି ବିଭାଗ ଅଯଥାରେ ଚଢାଉ , ସାର ଓ କୀଟନାଶକ ଦୋକାନୀ ସଂଗଠନ
କୃଷି ବିଭାଗ ଅଯଥାରେ ଚଢାଉ କରି ହଇରାଣ କରୁଥିବା ଅଭିଯୋଗ

By

Published : Jun 11, 2020, 9:57 PM IST

ବରଗଡ଼: ଜିଲ୍ଲା ସାର ଓ କୀଟନାଶକ ଦୋକାନୀଙ୍କ ସଂଗଠନ ଗୁରୁବାର ଜିଲ୍ଲାପାଳଙ୍କ ନିକଟକୁ କୃଷି ବିଭାଗର ଅତ୍ୟାଚାର ବିରୋଧରେ ଅଭିଯୋଗ ନେଇ ପହଞ୍ଚିଥିଲେ । କୃଷି ବିଭାଗ ପକ୍ଷରୁ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମାନଙ୍କୁ ମଧ୍ୟ ଅଯଥାରେ ବାରମ୍ବାର ଚଢାଉ କରି ନାନା ନିର୍ଯାତନା ଦିଆଯାଉଥିବା ବେଳେ ବେଆଇନ କାରବାର ଚଲାଉଥିବା ବଡ ବଡିଆ ଦୋକାନୀ ମାନଙ୍କ ପାଖରେ ପହଁଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଉଦ୍ଦେଶ୍ୟ ମୂଳକ ଭାବରେ ଏପରି ଚଢାଉକୁ ବିରୋଧ କରି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ନେଇ ପହଞ୍ଚିଥିଲା ସଂଘ ।

କୃଷି ବିଭାଗ ଅଯଥାରେ ଚଢାଉ କରି ହଇରାଣ କରୁଥିବା ଅଭିଯୋଗ

ଲକଡାଉନ ସମୟରେ ଦୋକାନ ବନ୍ଦ ରହୁଥିବାରୁ କାଗଜପତ୍ର କାମ ସଂପୂର୍ଣ୍ଣ ହୋଇପାରିନଥିଲା । ବର୍ତ୍ତମାନ ସମୟରେ ଦୋକାନ ମାନଙ୍କରେ ପ୍ରବଳ ଭିଡ ପାଇଁ ସେସବୁ କାମ କରିବାରେ ଅସମର୍ଥ ହେଉଥିବା ସାର ଓ କୀଟନାଶକ ଦୋକାନୀ ମାନେ କହୁଥିବା ବେଳେ ସମୟ ନଦେଇ ଏପରି ଅତର୍କିତ ଚଢାଉ କରିବାକୁ ବିରୋଧ କରିଛନ୍ତି ।

ଅନ୍ୟପଟେ କର୍ମଚାରୀ ମାନେ ଦୋକାନୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ତେବେ ଆଗାମୀ ଦିନରେ ଏପରି ପୁନର୍ବାର ଦୁର୍ବ୍ୟବହାର କରାଗଲେ ବରଗଡ଼ ଜିଲ୍ଲାର ସମସ୍ତ ଦୋକାନୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details