ଓଡିଶା

odisha

ETV Bharat / state

କରୋନା ଭୟ : ବୈଦିକ ଯଜ୍ଞ କଲେ ଜଙ୍ଗଲିଆ ଗ୍ରାମବାସୀ - Fear of corona

କରୋନା ମହାମାରୀକୁ ନେଇ ଜଙ୍ଗଲିଆ ଗ୍ରାମାଞ୍ଚଳ ମାନଙ୍କରେ ଲୋକମାନଙ୍କ ଭୟ ଲାଗିରହିଥିବାବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମାଣ୍ଡିଆ ଗ୍ରାମରେ ବୈଦିକ ଯଜ୍ଞ କରାଯାଇଛି । ଅଧିକ ପଢନ୍ତୁ...

Fear of corona: Vedic sacrifices were made by wild villagers
କରୋନା ଭୟ : ବୈଦିକ ଯଜ୍ଞ କଲେ ଜଙ୍ଗଲିଆ ଗ୍ରାମବାସୀ

By

Published : May 4, 2020, 7:31 AM IST

ବରଗଡ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କ ଖେଲିଯାଇଥିବା ବେଳେ ରାଜ୍ୟରେ ମଧ୍ୟ ଦିନକୁ ଦିନ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ତେବେ, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମାଣ୍ଡିଆ ଗ୍ରାମରେ ବୈଦିକ ଯଜ୍ଞ କରାଯାଇଛି । କପିଳମୁନୀ ଆଶ୍ରମରେ ହୋଇଥିବା ଏହି ଯଜ୍ଞରେ ବୈଦିକ ରୀତିରେ ପୂଜାବିଧି ଓ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ସାରା ଅଞ୍ଚଳ କମ୍ପି ଉଠିଥିଲା ।

କରୋନା ଭୟ : ବୈଦିକ ଯଜ୍ଞ କଲେ ଜଙ୍ଗଲିଆ ଗ୍ରାମବାସୀ

କୋରୋନା ମହାମାରୀକୁ ନେଇ ଜଙ୍ଗଲିଆ ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ଲୋକମାନଙ୍କ ଭୟ ଲାଗିରହିଥିବାବେଳେ ଭଗବାନଙ୍କ ଉପରେ ଆସ୍ଥା ରଖିଛନ୍ତି ଏଠାକାର ଲୋକେ ।ଏହାସହ ମହାମାରୀ ଯେପରି ସାରା ବିଶ୍ୱରୁ ସମୂଳେ ନିପାତ ହୋଇଯିବ ସେହି ଉଦ୍ୟେଶରେ ଜଙ୍ଗଲିଆ ଗ୍ରାମବାସୀମାନେ ବୈଦିକ ଯଜ୍ଞର ଆୟୋଜନ କରିଥିଲେ ।

ବରଗଡରୁ ରାଜେଶ ସରପ, ଇଟିଭି ଭାରତ

ABOUT THE AUTHOR

...view details