ବରଗଡ଼:ଭେଡେନ ବ୍ଲକ ହୋଇଥିବା ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ରାୟ ଶୁଣାଇଲେ କୋର୍ଟ । ଗତ 2015 ମସିହାରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ 3 ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତରେ କରିଛନ୍ତି ବରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍ ଶୋତସ୍ବିନୀ କର । ବିଚାରଧୀନ କଏଦୀ ଭାବରେ 7 ବର୍ଷ ହେଲା ବରଗଡ଼ ଜେଲ ଭିତରେ ଥିବା 3 ଜଣଙ୍କୁ ବରଗଡ଼ କୋର୍ଟ ଆଜୀବନ ଦଣ୍ଡ ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । 3 ଜଣ କଏଦୀ ଗୋଟିଏ ପରିବାରର ବାପ ଓ ଦୁଇ ପୁଅ ବୋଲି ଜଣାପଡ଼ିଛି ।
2015 ମସିହା ଫେବୃଆରୀ ୧୨ ତାରିଖରେ ବରଗଡ଼ ଜିଲ୍ଲା ଭେଡେନ ଥାନା ତାଳଗାଁ କେନ୍ଦପାଲି ଗ୍ରାମର ପ୍ରେମରାଜ କରନ ଓ ତାଙ୍କ ପୁଅ ଏକାଦଶିଆ କରନଙ୍କୁ ସେହି ଗ୍ରାମର 3 ଜଣ ବ୍ୟକ୍ତି କୂଳ ବାରିକ ଓ ତାଙ୍କ ଦୁଇ ପୁଅ ମୀନକେତନ ଓ ସଚିଦା ବାରିକ ହତ୍ୟା କରିଥିଲେ । ଜମିବାଡ଼ି ବାବଦକୁ କେନ୍ଦ୍ରକରି ଗଣ୍ଡଗୋଳ କରିଥିଲେ ଓ ପରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ପ୍ରେମରାଜ କରନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୁଅ ଏକାଦଶିଆ କରନ ଗୁରୁତର ହୋଇପଡ଼ିଥିଲେ ।