ଓଡିଶା

odisha

ETV Bharat / state

ବରଗଡରେ କାକର ପାତ, ଚିନ୍ତାର ଚାଷୀ - bargarh latest news

ଲଘୁଚାପ ଜନିତ ବର୍ଷା ବରଗଡ ଜିଲ୍ଲାର ଚାଷୀ ମାନଙ୍କ ପାଇଁ କାଳ ସାଜିଛି । ରବି ଫସଲ ପାଇଁ ସୁହାଇଲା ଭଳି ବର୍ଷା ହୋଇଥିବା ବେଳେ ପ୍ରବଳ କାକର ପାତ ଯୋଗୁଁ ପନିପରିବା ସହିତ ଧାନ ଫସଲ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

farmers-worried-about-unsession-rains-in-bargarh
ବରଗଡରେ କାକରା ପାତ ଚିନ୍ତାର ଚାଷୀ

By

Published : Mar 6, 2020, 3:11 AM IST

ବରଗଡ: ଅଦିନିଆ ବର୍ଷାରେ ବେହାଲ ବରଗଡ । ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷା ବରଗଡ ଜିଲ୍ଲାର ଚାଷୀ ମାନଙ୍କ ପାଇଁ କାଳ ସାଜିଛି । ରବି ଫସଲ ପାଇଁ ସୁହାଇଲା ଭଳି ବର୍ଷା ହୋଇଥିବା ବେଳେ ପ୍ରବଳ କାକରପାତ ଯୋଗୁଁ ପନିପରିବା ସହିତ ଧାନ ଫସଲ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି ।

ବରଗଡରେ କାକରା ପାତ ଚିନ୍ତାର ଚାଷୀ

ବୁଧବାର ରାତିରୁ ବରଗଡରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଅସମୟରେ ବର୍ଷାକୁ ନେଇ ବରଗଡରେ ପନିପରିବା ଚାଷୀ ବେହାଲ ହୋଇପଡିଛନ୍ତି । ସେହିଭଳି ବିଭିନ୍ନ ମଣ୍ଡିରେ ମାନଙ୍କରେ ଗତ ଖରିଫ ଋତୁର ପଡିଥିବା ଧାନ ବର୍ଷା ପାଣିରେ ନଷ୍ଟ ହୋଇଯାଇଛି । ଏହିଭଳି ଅବସ୍ଥାରେ ଚାଷୀ କଣ କରିବେ ଚିନ୍ତାରେ ଚାଷୀ ।

ଅନ୍ୟପଟେ ନୂତନ ଭାବେ ଆସିଥିବା ଆମ୍ବ ଗଛର ବଉଳ ଝଡି ନଷ୍ଟ ହୋଇଯାଇଛି । ଏପରି ପରିସ୍ଥିତିରେ ମଣ୍ଡିରେ ପଡିଥିବା ଚାଷୀଙ୍କ ଧାନ ଶୀଘ୍ର ବିକ୍ରି କରାନଗଲେ ବହୁ ଚାଷୀ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିବ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details