ଓଡିଶା

odisha

ETV Bharat / state

ଲକଡାଉନ ଓ ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ବରଗଡ ଚାଷୀ - ଲକଡାଉନ ପ୍ରଭାବରେ ଚାଷୀ

ଅଦିନିଆ ବର୍ଷା ଓ ଲକଡାଉନ ଯୋଗୁଁ ଚିନ୍ତାରେ ବରଗଡ ଚାଷୀ ।

rainstorm effect in barghar
ଲକଡାଉନ ଓ ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ

By

Published : Apr 26, 2020, 5:38 PM IST

ବରଗଡ: ଜିଲ୍ଲାରେ ତିନିଦିନ ଧରି ଲଗାତାର କାଳବୈଶାଖୀ ଓ କୁଆପଥର ମାଡ ଯୋଗୁଁ ଚିନ୍ତାରେ ଚାଷୀ | ପ୍ରବଳ କୁଆପଥର ମାଡ ଯୋଗୁଁ ଧାନ ଫସଲ ସହିତ ବହୁ ପନିପରିବା ଚାଷ ନଷ୍ଟ ହେଇଯାଇଛି | ଗୋଟିଏ ପଟେ ଲକଡାଉନ କାରଣରୁ ପନିପରିବା ଚାଷୀ ତାର ଅମଳ ପରିବା ବିକ୍ରି କରିନପାରି କ୍ଷତିରେ ଥିବା ବେଳେ ଧାନ ଚାଷୀ ମାନେ ମଧ୍ୟ ସାର ଓ କୀଟନାଶକ ଠିକ ସମୟରେ ନପାଇବାରୁ ଧାନ କ୍ଷେତରେ ରୋଗପୋକ ଲାଗିଗଲେଣି ଅନ୍ୟପଟେ ଅଦିନିଆ ବର୍ଷା ଓ ଲଗାତାର କୁଆପଥର ମାଡ ଚାଷୀର ଅଣ୍ଟା ଭାଙ୍ଗିଦେଇଛି |

ଲକଡାଉନ ଓ ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ

ବରଗଡ ଜିଲ୍ଲାରେ ରବି ଫସଲ ପାଇଁ ଧାନ ଅମଳର ସମୟ ପାଖେଇ ଆସିଥିବା ବେଳେ ଚାଷୀ କେମିତି ଶ୍ରମିକ ଯୋଗାଡ କରିବ ସେହି ଚିନ୍ତାରେ ଥିବାବେଳେ ଏବେ ନଷ୍ଟ ହୋଇସାରିଲାଣି ବହୁ ଚାଷୀଙ୍କ ଧାନ ଫସଲ | ସରକାରୀ ଆକଳନ ହିସାବରେ ୩୦ ପ୍ରତିଶତ ଧାନ ଫସଲ ନଷ୍ଟ ହୋଇଥିବା ନେଇ ବିଭାଗୀୟ ଅଧିକାରୀ ମାନେ କହୁଥିବା ବେଳେ ବେସରକାରୀ ହିସାବରେ ଆହୁରି ଅଧିକ କ୍ଷତି ହୋଇଥିବା କୁହନ୍ତି ଚାଷୀ | ତେବେ ସରକାର ଏବେ କରୋନା ମହାମାରୀ ଯୁଦ୍ଧରେ ମାତିଥିବା ବେଳେ ଚାଷୀଙ୍କ ହୋଇଥିବା କ୍ଷତି ପ୍ରତି ଗୁରୁତ୍ବ ଦେବାକୁ ଦାବି ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details