ବରଗଡ:ଜିଲ୍ଲାରେ ପୁଣି ମୁଣ୍ଡ ଟେକିଲା ଚାଷୀ ଆନ୍ଦୋଳନ । ଏଥର ଧାନ ବିକ୍ରି ସମସ୍ୟାକୁ ନେଇ ନୁହେଁ ବରଂ ଫସଲ ବୀମା କୁନେଇ ବୀମା କମ୍ପାନୀ ବିରୋଧରେ ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ତାତିଲେ ଚାଷୀ । ପଦ୍ମପୁର ଉପଖଣ୍ଡ ଲଖମରା କଲେଜ ଛକ ଠାରେ କୃଷକ ସଙ୍ଗଠନ ପକ୍ଷରୁ ଆଜି ରାସ୍ତା ରୋକ କରାଯାଇଛି । ଲଖମରା, ବାଦିକଟା, ଭେଙ୍ଗରାଜପୁର, ପଞ୍ଚାୟତର ଚାଷୀ ମାନଙ୍କୁ, ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନରେ ଚଞ୍ଚକତା କରୁଥିବା ଅଭିଯୋଗ ହୋଇଛି ।
ଫସଲ ବୀମାକୁ ନେଇ ଚାଷୀଙ୍କ ରାସ୍ତାରୋକ - ବୀମା କମ୍ପାନୀ
ବରଗଡ ଜିଲ୍ଲାରେ ପୁଣି ମୁଣ୍ଡ ଟେକିଲା ଚାଷୀ ଆନ୍ଦୋଳନ । ଏଥର ଧାନ ବିକ୍ରି ସମସ୍ୟାକୁ ନେଇ ନୁହେଁ ବରଂ ଫସଲ ବୀମା କୁନେଇ ବୀମା କମ୍ପାନୀ ବିରୋଧରେ ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ତାତିଲେ ଚାଷୀ । ଅଧିକ ପଢନ୍ତୁ...
ଫସଲ ବୀମାକୁ ନେଇ କମ୍ପାନୀ ବିରୋଧରେ ଚାଷୀଙ୍କ ରାସ୍ତା ରୋକ
ପ୍ରଶାସନ, ଚାଷୀ ପ୍ରତିନିଧି ଏବଂ ବୀମା କମ୍ପାନୀ ଅଧିକାରୀଙ୍କ ସହ ପୂର୍ବରୁ ଏକ ଆଲୋଚନା ହୋଇଥିଲା । ଯେଉଁଥିରେ କମ୍ପାନୀ ପ୍ରାପ୍ୟ ଦେବାକୁ ରାଜି ହୋଇଥିଲା। କିନ୍ତୁ ଏ ଯାଏ ଚାଷୀଙ୍କୁ ଗତ ୨୦୧୯-୨୦ ବର୍ଷର ଖରିପ ଫସଲ ବୀମା ରାଶି ମିଳିପାରି ନାହିଁ। ଅନ୍ୟପଟେ ଚାଷୀ ବାରମ୍ବାର ଅଭିଯୋଗ କରି ସୁଦ୍ଧା ପ୍ରଶାସନ ଏ ବିଷୟକୁ ଗୁରୁତର ସହ ନେଉ ନଥିବା ଅଭିଯୋଗ କରି ଚାଷୀମାନେ ରାସ୍ତା ରୋକ କରିଛନ୍ତି।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ