ଓଡିଶା

odisha

ETV Bharat / state

ଫସଲବୀମାରେ ବିଳମ୍ବତାକୁ ନେଇ ବରଗଡରେ ଚାଷୀଙ୍କ ରେଳରୋକ - ବରଗଡରେ ଚାଷୀଙ୍କ ରେଳରୋକ

ଫସଲ କ୍ଷତୀପୂରଣ ବୀମା ନପାଇବା ଅଭିଯୋଗରେ ଚାଷୀଙ୍କ ରେଳରୋକ ଆନ୍ଦୋଳନ । ପ୍ରଶାସନ ଚାଷୀ ସଂଗଠନର ଆଲୋଚନା ପରେ ହଟିଲା ଆନ୍ଦୋଳନ । ଅଧିକ ପଢନ୍ତୁ

ଫସଲବୀମାରେ ବିଳମ୍ବତାକୁ ନେଇ ବରଗଡରେ ଚାଷୀଙ୍କ ରେଳରୋକ
ଫସଲବୀମାରେ ବିଳମ୍ବତାକୁ ନେଇ ବରଗଡରେ ଚାଷୀଙ୍କ ରେଳରୋକ

By

Published : Aug 14, 2022, 11:12 PM IST

ବରଗଡ:ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ହୋଇଥିବାବେଳେ, ବରଗଡ଼ ଜିଲାର ଅନେକ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ୨୦୨୧ ଖରିଫ ଫସଲକ୍ଷତିର ବୀମା କ୍ଷତିପୂରଣ ମିଳିନଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ । ଯାହାକୁ ନେଇ ରବିବାର ରାଜବୋଡା ସମ୍ବର କୃଷକ ସଙ୍ଗଠନ ପକ୍ଷରୁ ବରଗଡ଼ ରେଲୱେ ଷ୍ଟେସନ ଠାରେ ବ୍ୟାପକ ରେଳରୋକ ଆନ୍ଦୋଳନ କରାଯାଇଛି ।

ଫସଲବୀମାରେ ବିଳମ୍ବତାକୁ ନେଇ ବରଗଡରେ ଚାଷୀଙ୍କ ରେଳରୋକ
ଦୀର୍ଘ ଦିନରୁ ଚାଷୀମାନେ ବୀମା କମ୍ପାନୀ ଏବଂ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ସୁଫଳ ନମିଳି ବାରୁ ଏହାର ପ୍ରତିବାଦରେ ରାଜୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଶନିବାର ବରଗଡ଼ ରେଳଷ୍ଟେସନ ଠାରେ ରେଳରୋକୋ ଆନ୍ଦୋଳନ ହୋଇଛି । ସକାଳ 7 ଟାରୁ ବରଗଡ଼ ରୋଡ ରେଳଷ୍ଟେସନ ନିକଟ ରେଳ ଧାରଣା ଉପରେ ଚାଷୀମାନେ ବସି ଆନ୍ଦୋଳନ ଜାରି ରଖିଥିବା ବେଳେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ରେଳ ଚଳାଚଳ ଦୀର୍ଘ 9 ଘଣ୍ଟା ଧରି ବନ୍ଦ ହେବା କାରଣରୁ ଚାଷୀଙ୍କୁ ଆନ୍ଦୋଳନରୁ ହଟାଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିିବା ସହ ଲାଠି ଚାର୍ଜ କରାଯାଇଥିଲା । ବର୍ତ୍ତମାନ ପ୍ରଶାସନ ଓ ଚାଷୀ ସଂଗଠନର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହଡତ ହୋଇଛି । ଆସନ୍ତା ୧୦ ଦିନ ଭିତରେ କ୍ଷତିପୂରଣ ଦେବା ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details