ଓଡିଶା

odisha

By

Published : Dec 15, 2020, 10:29 AM IST

ETV Bharat / state

କୃଷି ଆଇନ ପ୍ରତ୍ୟାହାର ଦାବିରେ ବରଗଡରେ ପୁଣି ଗର୍ଜିଲେ ଚାଷୀ

ନୂତନ କୃଷିନୀତି ପ୍ରତ୍ୟାହାର ଦାବିରେ ବରଗଡ ଗାନ୍ଧୀ ଛକ ଠାରେ ଅନଶନ ଏବଂ ସତ୍ୟାଗ୍ରହରେ ବସିଲେ ଚାଷୀ । ଅଧିକ ପଢନ୍ତୁ...

କୃଷି ବିଲ ପ୍ରତ୍ୟାହାର ଦାବିରେ ବରଗଡରେ ପୁଣି ଗର୍ଜିଲେ ଚାଷୀ
କୃଷି ବିଲ ପ୍ରତ୍ୟାହାର ଦାବିରେ ବରଗଡରେ ପୁଣି ଗର୍ଜିଲେ ଚାଷୀ

ବରଗଡ: ସୋମବାର ପୁଣି ବରଗଡ ଗାନ୍ଧୀ ଛକରେ ଗର୍ଜିଲେ ବରଗଡର ଚାଷୀ । ନୂତନ କୃଷିନୀତି ପ୍ରତ୍ୟାହାର ଦାବିରେ ବରଗଡ ଗାନ୍ଧୀ ଛକ ଠାରେ ଅନଶନ ଏବଂ ସତ୍ୟାଗ୍ରହରେ ବସିଲେ ଚାଷୀ । ଦୀର୍ଘ ଦିନ ଧରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ତିନି କୃଷି ଆଇନ ଓ 2020 ବିଦ୍ୟୁତ ଆଇନ ପ୍ରତ୍ୟାହାର ଦାବିରେ ବରଗଡ ଜୟ କିଷାନ ଆନ୍ଦୋଳନ, ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଓ ଅଖିଳ ଭାରତୀୟ କୃଷକ ସମନ୍ବୟ ସଂଘର୍ଷ କମିଟି ପକ୍ଷରୁ ଅନଶନ ସତ୍ୟାଗ୍ରହ ଜାରି ରହିଛି।

କୃଷି ବିଲ ପ୍ରତ୍ୟାହାର ଦାବିରେ ବରଗଡରେ ପୁଣି ଗର୍ଜିଲେ ଚାଷୀ

ଏହି ଆଇନ ବଳରେ କେନ୍ଦ୍ର ସରକାର ଅମ୍ବାନି ଓ ଅଦାନି ଶିଳ୍ପପତିଙ୍କ ଚୌକିଦାରୀ କରୁଥିବା ଚାଷୀ ଅଭିଯୋଗ କରିବା ସହ କୃଷକଙ୍କୁ ଅଣଦେଖା କରିବା ପାଇଁ ଏହି ବିଳ କରାଯାଇଥିବା କହି କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଛନ୍ତି । ଏହି ବିଲ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି। ଏହି ଅନଶନ ସତ୍ୟାଗ୍ରହକୁ ବରଗଡ ଜିଲ୍ଲା ଜାତୀୟ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟ ସମର୍ଥନ ଜଣାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details