ଓଡିଶା

odisha

By

Published : Mar 16, 2021, 10:27 AM IST

ETV Bharat / state

୬ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବରଗଡ ଚାଷୀ

ଅଣ ଜଳସେଚିତ ଅଞ୍ଚଳରେ ଗଭୀର ନଳକୂପ ଯୋଜନା ଜରିଆରେ ଧାନ ଚାଷ କରିବାକୁ ସୁଯୋଗ ଦିଆଯାଇଥିବାବେଳେ, କୌଣସି ସବୁଧି ନକରିବାରୁ ନାନା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି ଚାଷୀ। ଅଧିକ ପଢନ୍ତୁ...

୬ ଦଫା ଦାବିନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବରଗଡ ଚାଷୀ
୬ ଦଫା ଦାବିନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବରଗଡ ଚାଷୀ

ବରଗଡ: ରାଜ୍ୟର ଭାତ ହାଣ୍ଡିରେ ବହୁ ସମସ୍ୟା ଭୋଗୁଛନ୍ତି ଚାଷୀ । ଚାଷର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଅନେକ ପ୍ରତିଶୃତି ମିଳୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ଯେପରି ନିକଟରେ ଅଣ ଜଳସେଚିତ ଅଞ୍ଚଳରେ ସରକାର ଗଭୀର ନଳକୂପ ଯୋଜନା ଜରିଆରେ ଏକ ହେକ୍ଟର ଲେଖାଏଁ ଧାନ ଚାଷ କରିବାକୁ ସୁଯୋଗ ଦେଇଥିଲେ। ହେଲେ ପଞ୍ଜୀକରଣ ପାଇଁ ବ୍ୟବସ୍ଥା କରିନଥିବାରୁ ଚାଷୀ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

୬ ଦଫା ଦାବିନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବରଗଡ ଚାଷୀ

ଏଣୁ ଉତ୍ପାଦିତ ରବି ଧାନର ବିକ୍ରି ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ନବୀକରଣ ପଞ୍ଜୀକରଣ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରିବା ସହ ଆଗାମୀ ସପ୍ତାହକ ମଧ୍ୟରେ ଦାବିପୂରଣ ନ ହେଲେ ବରଗଡ ବ୍ଲକର ସମସ୍ତ ପେକ୍ସ ମାନଙ୍କରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details