ଓଡିଶା

odisha

By

Published : Nov 5, 2019, 7:36 AM IST

ETV Bharat / state

ଭାତ ହାଣ୍ଡିରେ ଫସଲବୀମା ନାଁରେ ଚାଷୀଙ୍କୁ ଶୋଷଣ

ଓଡିଶାର ଭାତ ହାଣ୍ଡିରେ ଚାଷୀମାନଙ୍କୁ ଫସଲବୀମା ନାମରେ କରାଯାଉଛି ଶୋଷଣ | ଯାହାକୁ ନେଇ ସୋମବାର ଜିଲ୍ଲାପାଳଙ୍କ ଠାରେ ବରଗଡ ପାପଙ୍ଗା ଅଞ୍ଚଳର ବହୁ ଚାଷୀ ଫସଲବୀମା କମ୍ପାନୀ ବିରୋଧରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି |

ଓଡିଶାର ଭାତହାଣ୍ଡିରେ ଫସଲବୀମା ନାମରେ ଚାଷୀଙ୍କୁ ଶୋଷଣ

ବରଗଡ: ଜିଲ୍ଲାର ଚାଷୀଙ୍କ ଠାରୁ ଫସଲବୀମାର ପ୍ରିମିୟମ ନିଆଯାଉଛି ସତ ହେଲେ କୌଣସି ଦୈବୀ ଦୁର୍ବିପାକରେ ଫସଲ କ୍ଷତି ହେଲେ ମଧ୍ୟ ଚାଷୀଙ୍କୁ ମିଳିପାରୁନାହିଁ କ୍ଷତିପୂରଣ | ଓଡିଶାର ଭାତ ହାଣ୍ଡିରେ ଚାଷୀମାନଙ୍କୁ ଫସଲବୀମା ନାମରେ କରାଯାଉଛି ଶୋଷଣ | ଯାହାକୁ ନେଇ ସୋମବାର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ନେଇ ଆସିଥିଲେ ଭେଡ଼େନ ବ୍ଲକର ବହୁ ଚାଷୀ |

ଓଡିଶାର ଭାତହାଣ୍ଡିରେ ଫସଲବୀମା ନାମରେ ଚାଷୀଙ୍କୁ ଶୋଷଣ

2019 ଖରିଫ ଫସଲ ଶେଷ ହେବାକୁ ଯାଉଛି ହେଲେ ପାପଙ୍ଗା ଅଞ୍ଚଳର ଚାଷୀମାନେ ଆଜି ପର୍ଯ୍ୟନ୍ତ ଗତ ରବି ଫସଲ ସମୟରେ ହୋଇଥିବା କରା ମାଡର କ୍ଷତିପୂରଣ ବିମା କମ୍ପାନୀଠାରୁ ପାଇପାରିନାହାଁନ୍ତି | ପାପଙ୍ଗା ଅଞ୍ଚଳର ଚାଷୀମାନେ ସେହି ସମୟରେ ରାଜସ୍ବ ନିରିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ଏହାକୁ ନେଇ ଆରଆଇ ଜମି ଗୁଡିକୁ ତଦନ୍ତ ମଧ୍ୟ କରିଥିଲେ |

କ୍ଷତିପୂରଣ ଦିଆଯିବ ବୋଲି ଚାଷୀଙ୍କଠାରୁ ବ୍ୟାଙ୍କ ପାସବୁକ ଗୁଡିକର ନକଲ ମଧ୍ୟ ସଂଗ୍ରହ କରାଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ କ୍ଷତିପୂରଣର ଇନପୁଟ ସବସିଡି ମିଳିପାରିନାହିଁ | ତେବେ ପାପଙ୍ଗା ଅଞ୍ଚଳର ବହୁ ଚାଷୀ ଫସଲବୀମା କମ୍ପାନୀ ବିରୋଧରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details