ଓଡିଶା

odisha

By

Published : Apr 15, 2020, 12:21 AM IST

Updated : Apr 17, 2020, 8:57 PM IST

ETV Bharat / state

ମିଳୁନି ବିହନ, ଚିନ୍ତାରେ ବରଗଡ ଚାଷୀ

କୋରୋନା ଦୋହଲାଇ ଦେଇଛି ଚଷାପୁଅର ମେରୁଦଣ୍ଡ । ବିହନ ସମସ୍ୟା ଯୋଗୁଁ ସଙ୍କଟରେ ବରଗଡ ଚାଷୀ । ଅଧିକ ପଢନ୍ତୁ...

Farmers in Bargarh
ମିଳୁନି ବିହନ, ଚିନ୍ତାରେ ବରଗଡ ଚାଷୀ

ବରଗଡ: କୋରୋନା ଦୋହଲାଇ ଦେଇଛି ଚଷାପୁଅର ମେରୁଦଣ୍ଡ । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡର ସମସ୍ତ ଚାଷୀ ଏବେ ଚିନ୍ତାରେ । ସଙ୍କଟରେ ଧାନ ଓ ପରିବା ଚାଷୀ । ଅକ୍ଷୟ ତୃତୀୟାକୁ ଆଉ ଦୁଇ ମାସ ବାକି ଥିବା ବେଳେ ତାଲା ବନ୍ଦ ଯୋଗୁଁ ଚାଷୀଙ୍କୁ ମିଳୁନି ବିହନ । ଚାଷ ଲାଗି ବିହନ କିଣିବାକୁ ବଜାରକୁ ଗଲେ ପୋଲିସଠାରୁ ମାଡ଼ ଖାଇ ଫେରୁଥିବା କୋହ ଭରା କଣ୍ଠରେ କହୁଛନ୍ତି ଚାଷୀ ।

ମିଳୁନି ବିହନ, ଚିନ୍ତାରେ ବରଗଡ ଚାଷୀ

ସେପଟେ ଅମଳ ହେବାକୁ ଥିବା ଧାନରେ ପୋକ ମଧ୍ୟ ଲାଗିବାକୁ ବସିଲାଣି । କିନ୍ତୁ ମିଳୁନି କୀଟନାଶକ । ଯେଉଁ ଅଳ୍ପ କିଛି ଦୋକାନ ଖୋଲା ରହୁଛି ସେଠାରେ ଆବଶ୍ୟକୀୟ କୀଟନାଶକ ସାମଗ୍ରୀ ମିଳିବା ବି ମୁସକିଲ । ରାସ୍ତାକୁ ବାହାରିଲେ, ପୋଲିସର ନାଲି ଆଖି ଓ ଗାଡି ଜବତକୁ ଡର । ଏବର୍ଷ ଭଲ ଚାଷ ହୋଇଥିଲେ ବି ଫସଲ ବିକ୍ରି ନ ହୋଇ କ୍ଷେତରେ ନଷ୍ଟ ହେଉଛି ।

କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କେମିତି ସୁଝିବ ବ୍ୟାଙ୍କ ଆଉ ସାହୁକାର ଠାରୁ ଆଣିଥିବା ଋଣ ? କୋରୋନା ମୁକାବିଲା ସହ ସରକାର ଚାଷୀଙ୍କୁ ଗୁରୁତ୍ବ ଦେବାକୁ ସାଧାରଣରେ ଜୋର ଧରିଛି ଦାବି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Apr 17, 2020, 8:57 PM IST

ABOUT THE AUTHOR

...view details