ଓଡିଶା

odisha

ETV Bharat / state

ଚାଷୀ ସମସ୍ୟା: ୧୨ ଦଫା ଦାବି ନେଇ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରାଉ - ବରଗଡ଼ ଜିଲ୍ଲପାଳ

ବରଗଡ଼ ଜିଲ୍ଲାରେ ମରୁଡ଼ି ସ୍ଥିତି ସହିତ ପ୍ରାୟ ୧୨ ଦଫା ଦାବିପତ୍ର ନେଇ ଶତାଧିକ ଚାଷୀ କରିଛନ୍ତି ଆନ୍ଦୋଳନ । ଏମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ଚାଷୀ ସମସ୍ୟା: ୧୨ ଦଫା ଦାବି ନେଇ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରାଉ
ଚାଷୀ ସମସ୍ୟା: ୧୨ ଦଫା ଦାବି ନେଇ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରାଉ

By

Published : Oct 11, 2021, 7:12 PM IST

ବରଗଡ଼:ଚାଷୀ ସଙ୍ଗଠନ ସମନ୍ବୟ ସମିତିର ଶତାଧିକ ଚାଷୀ ଆଜି(ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଚେତାବନୀ ଦେଇଥିଲେ । ମାତ୍ର ସେମାନଙ୍କ କଥାକୁ ପ୍ରଶାସନ କର୍ଣ୍ଣପାତ ନ କରିବା ପରେ ଉତ୍ତ୍ୟକ୍ତ ଚାଷୀମାନେ ଅଫିସ ଘେରି ଆନ୍ଦୋଳନ କରିଛନ୍ତି ।

ଚାଷୀ ସମସ୍ୟା: ୧୨ ଦଫା ଦାବି ନେଇ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରାଉ

ଜିଲ୍ଲାରେ ମରୁଡ଼ି ସ୍ଥିତି ଏବଂ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାରେ ପୁଣି ବ୍ୟାପକ ଆନ୍ଦୋଳନର ମୁଣ୍ଡ ଟେକିଛି । ଚାଷୀ ସଙ୍ଗଠନ ସମନ୍ବୟ ସମିତି ପକ୍ଷରୁ ଚାଷୀର 12 ଦଫା ଦାବି ନେଇ ଆଜି ସ୍ଥାନୀୟ ଜିଲ୍ଲାପାଳ ଅଫିସ ଘେରି ଆନ୍ଦୋଳନକୁ ଓହଲ୍ଲାଇଛି । ଚଳିତ ଖରିଫ ଋତୁରେ ବିଳମ୍ବରେ ବର୍ଷା କାରଣରୁ ବରଗଡ ଜିଲ୍ଲାର ବହୁ ଅଞ୍ଚଳରେ ମରୁଡ଼ି ସମସ୍ୟା ଦେଖାଦେଇଛି । ଅନ୍ୟପଟେ ଗତ ରବି ଋତୁରେ ଅନେକ ଚାଷୀ ତାଙ୍କ ଅର୍ଜିତ ଧାନ ବିକ୍ରି କରିନପାରି ଆଜି ମଧ୍ୟ ଧାନ ସବୁ ଚାଷୀର ଘରେ ପଡିରହିଛି ।

ତେବେ ଚାଷୀଙ୍କ ଦାବି ଗୁଡିକ ହେଉଛି ଚଳିତ ବର୍ଷ ସମ୍ପୂର୍ଣ୍ଣ ଧାନ ସଂଗ୍ରହ ବ୍ୟବସ୍ଥା କରାଯିବା ସହିତ ଅଣଜଳସେଚିତ ଅଞ୍ଚଳକୁ ମରୁଡ଼ି ଘୋଷଣା କରାଯାଉ, କୃଷି ଋଣ ଛାଡ, ଫସଲ ବୀମା ସମସ୍ୟା ଦୂର କରିବା, ଇନପୁଟ ସବସିଟି ପ୍ରଦାନ କରାଯିବା ଆଦି ମୁଖ୍ୟ ଦାବି ସହିତ 12 ଦଫା ଦାବି ନେଇ ଏକ ବିରାଟ ଚାଷୀ ଆନ୍ଦୋଳନ କରିଛି ଚାଷୀ ସଙ୍ଗଠନ ସମନ୍ବୟ ସମିତି।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details