ଓଡିଶା

odisha

By

Published : Jan 14, 2021, 11:12 AM IST

ETV Bharat / state

ରାସ୍ତାରେ ଧାନ ରଖି ଆନ୍ଦୋଳନ କଲେ ଚାଷୀ

ରାସ୍ତାରେ ଧାନ ରଖି ଆନ୍ଦୋଳନ କଲେ ଚାଷୀ । ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଅନତି ଦୂରରେ ଥିବା ବରିକେଲ ସୋସାଇଟିରେ ଧାନ ନ ଉଠୁ ଥିବାରୁ ବରିକେଲ ସୋସାଇଟି ସାମ୍ନାରେ ଚାଷୀମାନେ ଧାନ ପକାଇ ରାସ୍ତା ରୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି |

ରାସ୍ତାରେ ଧାନ ରଖି ଆନ୍ଦୋଳନ କଲେ ଚାଷୀ
ରାସ୍ତାରେ ଧାନ ରଖି ଆନ୍ଦୋଳନ କଲେ ଚାଷୀ

ବରଗଡ:ରାସ୍ତାରେ ଧାନ ରଖି ଆନ୍ଦୋଳନ କଲେ ଚାଷୀ । ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଅନତି ଦୂରରେ ଥିବା ବରିକେଲ ସୋସାଇଟିରେ ଧାନ ନ ଉଠୁ ଥିବାରୁ ବରିକେଲ ସୋସାଇଟି ସାମ୍ନାରେ ଚାଷୀମାନେ ଧାନ ପକାଇ ରାସ୍ତା ରୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ରାସ୍ତାରେ ଧାନ ରଖି ଆନ୍ଦୋଳନ କଲେ ଚାଷୀ

ଚାଷୀ ମାରଣ ନୀତି କାରଣରୁ ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନପାରି ଶେଷରେ ରାସ୍ତାକୁ ଓହଲ୍ଲାଇବା ପାଇଁ ବାଧ୍ୟ ହୋଇଛନ୍ତି । ଚାଷୀଙ୍କ ହଜାର ହଜାର ଧାନ ମଣ୍ଡି ଏବଂ ସୋସାଇଟି ମାନଙ୍କରେ ପଡିରହିଥିବା ବେଳେ ଚାଷୀଙ୍କ ଟୋକନ ଗାୟବ ହୋଇଯାଇଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ବରିକେଳ ସୋସାଇଟିରେ ୮୦୮୮ ପ୍ୟାକେଟ ଧାନ ପଡି ରହିଛି ମାତ୍ର ଚାଷୀଙ୍କ ଆସିଥିବା ଟୋକନ ଉଡି ଯାଇଛି । ଅନେକ ଚାଷୀଙ୍କ ଟୋକନ ମଧ୍ୟ ନାସିବାରୁ ଚାଷୀଙ୍କ ଧାନ ବିକ୍ରି ହୋଇନପାରି ପଡିରହିଛି । ଫଳରେ ଉତ୍ୟକ୍ତ ଚାଷୀ ରାସ୍ତାରେ ଧାନ ଗଡାଇ ରାସ୍ତାରୋକ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details