ଓଡିଶା

odisha

ETV Bharat / state

7 ଦଫା ପୂରଣ ଦାବିରେ ତେଜିଲା ଚାଷୀ ଆନ୍ଦୋଳନ - ପଦ୍ମପୁର ଉପଖଣ୍ଡ

କିଛି ଦିନର ନୀରବତା ପରେ 7 ଦଫା ପୂରଣ ଦାବିରେ ପୁଣି ଆରମ୍ଭ ହେଲା ଚାଷୀ ଆନ୍ଦୋଳନ । ଗୁରୁବାର ପଦ୍ମପୁର ଉପଖଣ୍ଡରେ ଏକାଠି ହେଲେ ହଜାର ହଜାର ଚାଷୀ । ଅଧିକ ପଢନ୍ତୁ...

PHOTO
ଚାଷୀ

By

Published : Nov 28, 2019, 9:52 PM IST

ବରଗଡ: ଧାନ ସଂଗ୍ରହ ପ୍ରକ୍ରିୟାରେ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଗୁରୁବାର ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ବ୍ୟାପିଲା । ବରଗଡ ଜିଲ୍ଲା ପଦ୍ମପୁରର ସ୍ଥାନୀୟ ଗୋରୁ ବଜାରରେ ରାଜ ବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ବିରାଟ କୃଷକ ଆନ୍ଦୋଳନ ସମାବେଶ ଆରମ୍ଭ ହୋଇଛି । ହଜାର ହଜାର ଚାଷୀ ଏହି ସମାବେଶରେ ଯୋଗ ଦେଇଥିଲେ ଏବଂ 7 ଦଫା ଦାବିନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତି ବିରୋଧରେ ହଜାର ହଜାର ଚାଷୀ ଏକତ୍ରିତ ହୋଇ ସ୍ଥାନୀୟ ଗୋରୁ ବଜାର ଠାରେ ଏକ ବିରାଟ ସଭା କରାଯାଇଥିଲା | ରାଜ ବୋଡାସମ୍ବର କୃଷକ ସଂଗଠନର ଆବାହକ ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ଏହି ସଭାରେ ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ବ୍ଲକର ହଜାର ହଜାର ଚାଷୀ ଯୋଗଦେଇ ଆନ୍ଦୋଳନକୁ ସଫଳ କରିଥିଲେ ।


ଚାଷୀଙ୍କ ଏହି ସମାବେଶରେ ମୁଖ୍ୟ ବକ୍ତା ଭାବେ ଏସିଆନ ନୋବେଲ ପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତ ରାୟ ଯୋଗଦେଇଥିଲେ । ଘରୋଇ ବୀମା କମ୍ପାନୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରକ୍ରିୟାରୁ ବାଦ ଦିଆଯାଉ, 60 ବର୍ଷର ଚାଷୀ ମାନଙ୍କୁ ୫ହଜାର ଟଙ୍କା ପେନସନ, ସ୍ବାମୀନାଥନ କମିଶନଙ୍କ ସୁପାରିଶ ମୁତାବକ ସମସ୍ତ ଉତ୍ପାଦିତ କୃଷି ଦ୍ରବ୍ୟର ଖର୍ଚ୍ଚର ଦେଢଗୁଣା MSP ରଖାଯାଉ ।

ଧାନ ବିକ୍ରି ସମୟରେ ସରକାର ଆରମ୍ଭ କରିଥିବା ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ ଏପରି ୭ ଦଫା ଦାବି ନେଇ ଚାଷୀ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ତେବେ ରାଜ୍ୟ ସରକାର ଯଥା ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଚାଷୀ ରାସ୍ତା ରୋକ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details