ଓଡିଶା

odisha

ETV Bharat / state

ଚାଷୀଙ୍କ ନିଆରା ପ୍ରତିବାଦ: ଧାନ ଢାଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କଲେ ଚାଷୀ

ଜିଲ୍ଲାପାଳ ଅଫିସ ଏବଂ ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ରଖି ପ୍ରତିବାଦ କଲେ ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ରେଶମ ମାର୍କେଟ ୟାର୍ଡର ଚାଷୀମାନେ । ଅଧିକ ପଢନ୍ତୁ...

By

Published : Jun 28, 2021, 9:56 PM IST

ଚାଷୀଙ୍କ ନିଆରା ପ୍ରତିବାଦ: ଧାନ ଢାଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କଲେ ଚାଷୀ
ଚାଷୀଙ୍କ ନିଆରା ପ୍ରତିବାଦ: ଧାନ ଢାଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କଲେ ଚାଷୀ

ବରଗଡ: ଜିଲ୍ଲାପାଳ ଅଫିସ ଏବଂ ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ରଖି ପ୍ରତିବାଦ କଲେ ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ରେଶମ ମାର୍କେଟ ୟାର୍ଡର ଚାଷୀମାନେ । ହତାଶ ହୋଇପଡିଥିବା ଜିଲ୍ଲାର ବହୁ ଚାଷୀ ବରଗଡ ଜିଲ୍ଲାପାଳଙ୍କ ଅଫିସକୁ ଯାଉଥିବା ମୁଖ୍ୟ ରାସ୍ତା ଉପରେ ଶତାଧିକ ଧାନ ବସ୍ତା ପକାଇ ଜିଲ୍ଲାପାଳ ଅଫିସକୁ ଅଚଳ କରିଦେଇଛନ୍ତି |

ଚାଷୀଙ୍କ ନିଆରା ପ୍ରତିବାଦ: ଧାନ ଢାଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କଲେ ଚାଷୀ

ଅନ୍ୟପଟେ ଜିଲ୍ଲା ଯୋଗାଣ ଅଫିସରେ ମଧ୍ୟ ପ୍ରଚୁର ମାତ୍ରାରେ ଧାନ ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ରେଶମ ଧାନ ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଥିଲେ ସୁଦ୍ଧା ଟୋକନ ଅବଧି ଶେଷ, ଟୋକନରେ ତ୍ରୁଟି, ଧାନରେ ଆର୍ଦ୍ରତା, ଟାର୍ଗେଟ ଅଭାବ ଆଦି ଆଳ ଦେଖାଇ ଧାନ କିଣାଯାଉ ନଥିବା ଅଭିଯୋଗ କରିଥିବାବେଳେ ଧାନ ବୋଝେଇ ଟ୍ରାକ୍ଟର ଧରି ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ଏବଂ ଜିଲ୍ଲାପାଳ ଅଫିସରେ ପହଞ୍ଚି ଧାରଣାରେ ବସିଛନ୍ତି ।

ବିକ୍ରି ଅପେକ୍ଷାରେ ରହିଥିବା ସମସ୍ତ ଧାନକୁ କିଣିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ଚାଷୀମାନେ ଧାରଣାସ୍ଥଳରେ ଚେତାବନୀ ଦେଇଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details