ଓଡିଶା

odisha

ETV Bharat / state

ଚାଷୀଙ୍କ ଫସଲ ନଷ୍ଟ ସହ ଆକ୍ରମଣ, ପୋଲିସ ସାଜିଛି ଦର୍ଶକ - ଜୈବିକ ଚାଷୀଙ୍କ ଫସଲ ନଷ୍ଟ

ବରଗଡ ଜିଲ୍ଲାରେ ଜୈବିକ ଚାଷର ଚାହିଦା ବଢାଇବା ସହିତ ଏହି ଚାଷ ପାଇଁ ଜିଲ୍ଲାରେ ପ୍ରସିଦ୍ଧ ହୋଇପାରିଥିବା ଯୁବ ଚାଷୀ ଶ୍ୟାମଘନ ସାହୁ ଙ୍କ ଜୈବିକ ଫସଲ ନଷ୍ଟ କରିଦେଲେ ବାରଗାଡ ଗ୍ରାମର କିଛି ଦୁର୍ବୁତ୍ତ । ଅଧିକ ପଢନ୍ତୁ...

ଜୈବିକ ଚାଷୀଙ୍କ ଫସଲ ନଷ୍ଟ କରିବା ସହ ଚାଷୀଙ୍କୁ ଆକ୍ରମଣ, ପୋଲିସ ସାଜିଛି ଦର୍ଶକ
ଜୈବିକ ଚାଷୀଙ୍କ ଫସଲ ନଷ୍ଟ କରିବା ସହ ଚାଷୀଙ୍କୁ ଆକ୍ରମଣ, ପୋଲିସ ସାଜିଛି ଦର୍ଶକ

By

Published : Oct 7, 2020, 10:42 PM IST

ବରଗଡ: ଜିଲ୍ଲାରେ ଜୈବିକ ଚାଷର ଚାହିଦା ବଢାଇବା ସହିତ ଏହି ଚାଷ ପାଇଁ ଜିଲ୍ଲାରେ ପ୍ରସିଦ୍ଧ ହୋଇପାରିଥିବା ଯୁବ ଚାଷୀ ଶ୍ୟାମଘନ ସାହୁଙ୍କ ଜୈବିକ ଫସଲ ନଷ୍ଟ କରିଦେଲେ ବାରଗାଡ ଗ୍ରାମର କିଛି ଦୁର୍ବୁତ୍ତ । କେବଳ ଫସଲ ନଷ୍ଟ କରିଦେଇଛନ୍ତି ତାହା ନୁହେଁ ବରଂ ଶ୍ୟାମଘନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବିଳମ୍ବିତ ରାତିରେ ତାଙ୍କ ଘରକୁ ଟେକା ପଥର ମାଡ ମାରି ଭୟଭୀତ କରାଇଥିବା ଅଭିଯୋଗ କରିଛନ୍ତି ।

ଜୈବିକ ଚାଷୀଙ୍କ ଫସଲ ନଷ୍ଟ କରିବା ସହ ଚାଷୀଙ୍କୁ ଆକ୍ରମଣ, ପୋଲିସ ସାଜିଛି ଦର୍ଶକ
ଶ୍ୟାମଘନଙ୍କ ଉପରେ ଏପରି ବାରମ୍ବାର ଆକ୍ରମଣ କରାଯାଉଥିବା ବେଳେ ବରଗଡ ଟାଉନ ଥାନାରେ ଏହି ଘଟଣାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣିଛନ୍ତି ଶ୍ୟାମଘନ । ଶେଷରେ ବରଗଡ ଏସପିଙ୍କ ନିକଟକୁ ଅଭିଯୋଗ ନେଇ ଯିବାକୁ ଚାହୁଁଥିବା ଶ୍ୟାମଘନ ଘରୁ ପଦାକୁ ଗୋଡ଼ କାଢିବାକୁ ମଧ୍ୟ ଭୟ କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ପୋଲିସ କାହିଁକି ଓ କେଉଁ ଉଦେଶ୍ୟରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ଘଣ୍ଟ ଘୋଡାଉଛି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details