ବରଗଡ:ଗ୍ରୀଷ୍ମ ଆରମ୍ଭ ନହେଉ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ପରି ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ ଆରମ୍ଭ ହୋଇଯାଇଛି । ବରଗଡ଼ ଜିଲ୍ଲା ଘେଁସ ଅଞ୍ଚଳରେ ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ କୃଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଏହି ସମସ୍ୟାର ସମାଧାନ ନେଇ ଘେଁସ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ବିଦ୍ୟୁତ୍ ବିଭାଗକୁ ଟାଟା ପାୱାର ନିଜ ହାତକୁ ନେବା ପରେ ବରଗଡ଼ ଜିଲ୍ଲାର କୃଷକଙ୍କୁ ନାନା ହଇରାଣ ହରକତ କରାଯାଉଥିବା ଅଭିଯୋଗ ହୋଇଛି । ଧାନ ବିକ୍ରି ପାଇଁ ଜମି ପଞ୍ଜିକରଣ ସମୟରେ ଚାଷୀଙ୍କୁ ଅଣ ଜଳସେଚିତ ଅଞ୍ଚଳରେ ଇଲେକ୍ଟ୍ରି ବିଲ ଦେବା ବାଧ୍ୟତାମୂଳକ କରାଯାଇ ଥିବାରୁ ଇଲେକ୍ଟ୍ରି ବିଲ ମାଗିଲେ ଟାଟା ପାୱାର 10 ହଜାର ଟଙ୍କା ଜମା ନ ଦେଲେ ଚାଷୀକୁ ସେହି ଅଞ୍ଚଳର ବିଲ ଦିଆଯିବ ବୋଲି ଅଭିଯୋଗ କରିଛନ୍ତି ଚାଷୀ ।