ବରଗଡ:ଗାଇସିଲେଟ ବ୍ଲକ ଅଞ୍ଚଳରେ ଶତାଧିକ ଚାଷୀଙ୍କ ଠାରୁ ଫସଲ ବୀମାରେ ଠକେଇ ଅଭିଯୋଗ ହୋଇଛି | ଚାଷୀଙ୍କ ଠାରେ ଫସଲ ବୀମା ରାଶି ପ୍ରଦାନ କରିଥିବା ରିସିଫ୍ଟ ପ୍ରମାଣ ରହିଥିବା ବେଳେ ବୀମା କମ୍ପାନୀ ତାଙ୍କର ରିସିଫ୍ଟ ନୁହେଁ କହି ଏହା ଜାଲ ବୋଲି କହିଛନ୍ତି |
ତେବେ ଏପରି ଠକାମୀ କରାଯାଇଥିବା ଘଟଣା ପଦାକୁ ଆସିବା ପରେ ଥାନାରେ ପହଞ୍ଚିଛନ୍ତି ଗଇସିଲେଟ ଅଞ୍ଚଳର ଚାଷୀ | ଜାଲ ନୋଟ, ଜାଲ ପଟ୍ଟା ପରେ ଏବେ ଠକଙ୍କ ଆଖି ପଡିଛି ଚାଷୀଙ୍କ ଫସଲ ବୀମା ଉପରେ | ବହୁ ଚାଷୀଙ୍କ ଫସଲ ବୀମା କରାଇ ଦେବା କହି କମ୍ପ୍ୟୁଟରରେ ନକଲି ରିସିଫ୍ଟ ଦେଇ ନିଜେ ଟଙ୍କା ହଡପ କରିଦେଉଥିବା ଅଭିଯୋଗ ଆସିଛି |