ବରଗଡ:ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପରିବାରର ଧରଣା । କଥା କହିଲା ବେଳେ ଆଖିରେ ଲୁହ ଆଉ କୋହ ଭରି ଯାଉଛି । ବାରମ୍ବାର ନ୍ୟାୟ ମାଗିବା ପରେ ବି କୌଣସି ସୁଫଳ ହୋଇନାହିଁ । ଫଳରେ ପରିବାର ସହ ଜିଲ୍ଲାପାଳ ଅଫିସ ଆଗରେ ବସିଛନ୍ତି ବରଗଡ ଜିଲ୍ଲା ଅତାବିରା ଥାନା ଲହଣ୍ଡା ଗ୍ରାମପଞ୍ଚାୟତ ବଡମାଳ ଗ୍ରାମର ଭାଗୀରଥି ମିର୍ଧା । ନ୍ୟାୟ ନମିଳିଲେ ପରିବାର ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଭାଗୀରଥି ।
ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପରିବାର ଧରଣା - ଜିଲ୍ଲାପାଳ ଅଫିସ ଆଗରେ ପରିବାର ଧରଣା
ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପରିବାରର ଧରଣା । କଥା କହିଲା ବେଳେ ଆଖିରେ ଲୁହ ଆଉ କୋହ ଭରି ଯାଉଛି । ବାରମ୍ବାର ନ୍ୟାୟ ମାଗିବା ପରେ ବି କୌଣସି ସୁଫଳ ହୋଇନାହିଁ । ଫଳରେ ପରିବାର ସହ ଜିଲ୍ଲାପାଳ ଅଫିସ ଆଗରେ ବସିଛନ୍ତି ବରଗଡ ଜିଲ୍ଲା ଅତାବିରା ଥାନା ଲହଣ୍ଡା ଗ୍ରାମପଞ୍ଚାୟତ ବଡମାଳ ଗ୍ରାମର ଭାଗୀରଥି ମିର୍ଧା । ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ବଡମାଳ ଗ୍ରାମର ବାନପଡାର ଭାଗୀରଥି ମିର୍ଧା ନିଜ ଜମିରେ ଚାଷବାସ କରି ପେଟପାଟଣା କରନ୍ତି । ନିଜର ରୟତି ଜମିରେ ସେ ମାଟି ଘର କରି ବାସ କରନ୍ତି । ମାତ୍ର ତାଙ୍କର ଚାଷ ଜମିଦେଇ ବିଦ୍ୟୁତ ବିଭାଗ ପକ୍ଷରୁ ବେଆଇନ ଭାବରେ 11kv ବିଦ୍ୟୁତ ଖୁଣ୍ଟ ନିଆଯିବାକୁ ସେ ବିରୋଧ କରିଥିଲେ । ଖାଲି ଏତିକି ଥିଲା ତାଙ୍କର ଭୁଲ ଏବଂ ସେହି ଦିନ ଠାରୁ ଭାଗରଥୀଙ୍କୁ ମାଡ ମାରିବା ସହ ଲଗାତାର ଅତ୍ୟାଚାର କରାଯାଇଛି । ଏବେ ତାଙ୍କର ମାନସିକ ସ୍ଥିତି ଦୋହଲିଯାଇଛି । ଉଦ୍ଦେଶ୍ୟମୂଳକ ଭାବରେ ଭାଗରଥିଙ୍କ ନିଜ ରୟତି ଜମି ଭିତରେ ଥିବା ଘରକୁ ମଝିରୁ ଭାଙ୍ଗି ଦେଇ ସେହି ଘର ଭିତରୁ PHD ପାଣି ପାଇପ ବିଛା ଯାଇଥିବା ସେ କହିଛନ୍ତି ।
ତେବେ ବିଦ୍ୟୁତ ଖୁଣ୍ଟ ହଟାଇବା ନେଇ ବରଗଡ ଓ ବୁର୍ଲା ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ ପରେ ମଧ୍ୟ କେହି ଶୁଣି ନଥିଲେ । ଏପରିକି ଘର ଭାଙ୍ଗିବା ପରେ ମଧ୍ୟ ଗୋଡଭଗା ଫାଣ୍ଡି ଓ ଅତାବିରା ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ନ ଶୁଣିବାରୁ ବରଗଡ ଏସ୍ପିଙ୍କ ନିକଟକୁ ଯାଇ ଭାଗରଥି ମିର୍ଧା ନ୍ୟାୟ ଭିକ୍ଷା କରିଥିଲେ ହେଲେ କିଛି ସୁଫଳ ମିଳି ନଥିଲା । ଗତ ଜାନୁଆରୀ ମାସରେ ବରଗଡ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ ଭାଗରଥିଙ୍କ ପରିବାର । ଆଜିଯାଏ ତାଙ୍କ ପରିବାର ବହୁବାର ଜିଲ୍ଲାପାଳଙ୍କ ଦଫତରକୁ ଆସିବା ପରେ ମଧ୍ୟ ନ୍ୟାୟ ନପାଇ ନିରାଶ ହୋଇ ଫେରିଥିବାବେଳେ କିନ୍ତୁ ଆଜି ପରିବାର ତାଙ୍କ ଜୀବନର ଶେଷ ନିଷ୍ପତ୍ତି ନେଇ ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି। ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଷ ପିଇ ଆତ୍ମହତ୍ୟା କରିବେ ପଛେ ଆଉ ଘରକୁ ଫେରିବେ ନାହିଁ ବୋଲି କହିଛନ୍ତି । ଏହା ଏକ ସମ୍ବେନଶୀଳ ଘଟଣା । ବରଗଡ ଜିଲ୍ଲା ପ୍ରଶାସନର ନ୍ୟାୟ ବ୍ୟବସ୍ଥା ଉପରେ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୁଃଖରେ ଭାଙ୍ଗି ପଡ଼ି ମାନସିକ ଭାରସାମ୍ୟ ହରାଇଥିବା ଏହି ପରିବାରର ଏ ସମସ୍ୟାକୁ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।