ଓଡିଶା

odisha

ETV Bharat / state

କୋଭିଡ଼ ହସ୍ପିଟାଲରେ ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଧାରଣା - ,Bargarh

ଗୁରୁବାର ଜିଲ୍ଳାରେ ୨୭ ଜଣ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 742କୁ ବୃଦ୍ଧି ପାଇଛି । ବରଗଡ଼ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଥିବା ଅତାବିରା ଅଂଚଳର ଜଣେ ବ୍ୟକ୍ତିଙ୍କ ଗୁରୁବାର ମୃତ୍ୟୁ ଘଟିଛି ବୋଲି ମୃତକଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି । ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ଉତ୍ୟକ୍ତ ହୋଇ ହସ୍ପିଟାଲ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ ।। ଅଧିକ ପଢନ୍ତୁ...

କୋଭିଡ଼ ହସ୍ପିଟାଲରେ ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଧାରଣା
କୋଭିଡ଼ ହସ୍ପିଟାଲରେ ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଧାରଣା

By

Published : Aug 14, 2020, 12:19 AM IST

ବରଗଡ: ଗୁରୁବାର ଜିଲ୍ଳାରେ ୨୭ ଜଣ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 742କୁ ବୃଦ୍ଧି ପାଇଛି । ତେବେ ଆକ୍ରାନ୍ତ ବ୍ୟକ୍ତିମାନେ ବରଗଡ଼ ପୌରାଞ୍ଚଳ, ବରାହଗୁଡ଼ାର ବିକାଶ ମଲଟି ହସପିଟାଲ, ଘେଁସ ପଂଚାୟତର ଚୁହାନପାଲି, ବରପାଲି ଏନଏସି, ଅତାବିରା ବ୍ଳକର ଲଚିଦା, ବରପାଲି ବ୍ଳକର ତୁମଗାଁ ଆଦି ଅଞ୍ଚଳର ବୋଲି ସୂଚନା ଦିଆଯାଇଛି ।

ସେହିପରି ଜିଲ୍ଲାରେ କୋରୋନାରେ ମୃତକଙ୍କ ସଂଖ୍ୟା 3 ରହିଥିବା ବେଳେ ବରଗଡ଼ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଥିବା ଅତାବିରା ଅଂଚଳର ଜଣେ ବ୍ୟକ୍ତିଙ୍କ ଗୁରୁବାର ମୃତ୍ୟୁ ଘଟିଛି ବୋଲି ମୃତକଙ୍କ ପରିବାର ସୂତ୍ରରୁ ଜଣା ପଡ଼ିଛି । ମୃତକ ଜଣକ ଗତ କିଛିଦିନ ହେବ ବରଗଡ଼ର କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଥିଲେ ।

ତେବେ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ କୋରୋନା ଜନିତ ନା ଅନ୍ୟ କେଉଁ କାରଣରୁ ହୋଇଛି ସେସଂପର୍କରେ ଜିଲ୍ଳା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଏପରିକି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗର ମଧ୍ୟ ଏ ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ । କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂପର୍କରେ ପରିବାରବର୍ଗଙ୍କୁ କୌଣସି ସୂଚନା ଦିଆଯାଉନଥିବା ପ୍ରତିବାଦରେ ମଙ୍ଗଳବାର ଦିନ ଅତାବିରାରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଉତ୍ୟକ୍ତ ଲୋକେ ଏନଏସି ଅଫିସ ଘେରାଉ କରିଥିଲେ । ତେବେ ରୋଗୀଙ୍କର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ଉତ୍ୟକ୍ତ ହୋଇ ହସ୍ପିଟାଲ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details