ଓଡିଶା

odisha

ETV Bharat / state

ଇଞ୍ଜେକ୍ସନ ଦେବା ପରେ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇଞ୍ଜେକ୍ସନ ଦେବାର ୧୫ ମିନିଟ ପରେ ଚାରି ଦିନର ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ଏ ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଧିକ ଜାଣନ୍ତୁ...

family-members-complaint-the-death-of-newborn-baby-after-the-injection-in-bargarh
ଇଞ୍ଜେକ୍ସନ ଦେବା ପରେ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ

By

Published : Jun 14, 2020, 10:39 PM IST

ବରଗଡ: ଇଞ୍ଜେକ୍ସନ ଦେବାର ୧୫ ମିନିଟ ପରେ ଚାରି ଦିନର ନବଜାତ ଶିଶୁର ମୃତ ହୋଇଥିବା ଅଭିଯୋଗ ହୋଇଛି | ଏପରି ଘଟଣା ଘଟିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ |

ଇଞ୍ଜେକ୍ସନ ଦେବା ପରେ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ

ବରଗଡ ସହରର ଖଜୁର ଟିକିରା ୱାର୍ଡ ନମ୍ବର ୮ ର ଗୋବିନ୍ଦ ରାଉତ ତାଙ୍କର ସ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳଯରେ ପ୍ରସବ ପାଇଁ ଭର୍ତ୍ତି କରିଥିଲେ ଏବଂ ସେ ଗତ ୧୦ ତାରିଖ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ | ଶିଶୁଟିକୁ ଜ୍ଵର ଥିବା ଦେଖି ଡାକ୍ତର ଇଞ୍ଜେକ୍ସନ ଦେବାପାଇଁ କହିଥିଲେ ଓ ଏକ ଚିଠାରେ ଲେଖି ଇଞ୍ଜେକ୍ସନ ଆଣିବାକୁ କହିଥିଲେ | ସେଠାକାର ନର୍ସ ଶିଶୁ ଟିକୁ ଇଞ୍ଜେକ୍ସନ ଦେବାର ୧୫ ମିନିଟ ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି | ତେବେ ଶିଶୁଟିର ଶରୀର ନୀଳ ପଡିଯାଇଥିବା ବେଳେ କେଉଁ କାରଣରୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ତାହା ଏବେ ତଦନ୍ତର ବିଷୟ |

ଚିକିତ୍ସା କରୁଥିବା ଶିଶୁ ଡାକ୍ତରଙ୍କ କହିବା ଅନୁଯାୟୀ ଆଜି ବହୁ ଶିଶୁ ମାନଙ୍କୁ ସେହି ଗୋଟିଏ ଇଞ୍ଜେକ୍ସନ (Cefotaxime sodioum injection ip 125mg ) ଦିଆଯାଇଛି ହେଲେ ସମସ୍ତେ ଠିକ ଅଛନ୍ତି | ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଡାକ୍ତର ଲେଖିଥିବା ସଠିକ ଇଞ୍ଜେକ୍ସନକୁ ନର୍ସ ଜଣକ ଦେଇଛନ୍ତି ନାଁ ଭୁଲ ବଶତଃ ଅନ୍ୟ ଇଞ୍ଜେକ୍ସନ ଦିଆଯାଇଛି ? ନାଁ ଏକ୍ସପାଏରି ଇଞ୍ଜେକ୍ସନ ଦିଆଯାଇଛି ? ସରକାରୀ ଡାକ୍ତରଖାନାରେ ଏବେ ବହୁ ନୂତନ ନର୍ସ ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେମାନେ ଇଞ୍ଜେକ୍ସନ ଟିଏ ମଧ୍ୟ ଭଲରେ ଦେଇ ଜାଣୁନଥିବା ରୋଗୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି | ତେବେ କେଉଁ କାରଣରୁ ନବଜାତ ଶିଶୁ ଟିକୁ ଇଞ୍ଜେକ୍ସନ ଦେବା ମାତ୍ରେ ଶରୀର ନୀଳ ପଡିଯାଇଥିଲା ଏବଂ ହଠାତ ମୃତ୍ୟୁ ହୋଇଯାଇଥିଲା ସେନେଇ ତଦନ୍ତ ପାଇଁ ପରିବାର ଲୋକେ ଦାବି କରିଛନ୍ତି |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ABOUT THE AUTHOR

...view details