ବରଗଡ:କୋରୋନା ମହାମାରୀ ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ କିମ୍ବା ଔଷଧ ବଡ ବଡ ବୈଜ୍ଞାନିକ ମାନେ ମଧ୍ୟ ବାହାର କରିପାରିନାହାଁନ୍ତି । ହେଲେ ଏହି ସମୟରେ ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମର ଜଣେ 32 ବର୍ଷୀୟ ଯୁବକ କୋରୋନା ପାଇଁ ନକଲି ପ୍ରତିଷେଧକ ପ୍ରସ୍ତୁତ କରିଥିବା ଖବର ମିଳିଛି।
ଏହାପରେ ବରଗଡ ଡ୍ରଗ ଇନସ୍ପେକ୍ଟର ଓ ସମ୍ବଲପୁର ଡ୍ରଗ ଇନସ୍ପେକ୍ଟରଙ୍କ ମିଳତ ଉଦ୍ୟମରେ ଚଢାଉ କରାଯାଇ ଉକ୍ତ ବ୍ୟକ୍ତିଙ୍କ ଠାରୁ ବ୍ୟାପକ ମାତ୍ରାରେ କୋଭିଡ଼ 19 ଲେଖା ଥିବା ଔଷଧ ଜବତ କରିଛନ୍ତି ।
ବରଗଡ ଜିଲ୍ଲା ରୁଷଡା ଗ୍ରାମର ପ୍ରହଲ୍ଲାଦ ବିଶି ନାମକ ଜଣେ ଯୁବକଙ୍କ ଘରେ ଡ୍ରଗ୍ସ ଇନେସ୍ପେକ୍ଟର ଚଢାଉ କରି କୋଭିଡ 19 ଲେଖା ଥିବା 12 ଗୋଟି ପ୍ରତିଷେଧକ ଟୀକା ଜବତ କରି ଭୁବନେଶ୍ବର ସ୍ଥିତ ଲେବୋରେଟୋରୀ କୁ ଯାଞ୍ଚ ପାଇଁ ପଠାଇଥିବା ଜଣାପଡିଛି ।