ଓଡିଶା

odisha

ETV Bharat / state

ବରଗଡରୁ ବ୍ୟାପକ କଫସିରପ ଜବତ, ଜଣେ ଗିରଫ - ବରଗଡ଼ ଅବକାରୀ ବିଭାଗ

ବରଗଡ଼ ଅବକାରୀ ବିଭାଗକୁ ସଫଳତା, 890 ବୋତଲ କଫସିରପ ଜବତ ସହ ଜଣକୁ ଗିରଫ କଲା ଅବକାରୀ ବିଭାଗ l ଅଧିକ ପଢନ୍ତୁ

890 ବୋତଲ କଫ ସିରଫ ଜବତ ସହ ଜଣେ ଗିରଫ
890 ବୋତଲ କଫ ସିରଫ ଜବତ ସହ ଜଣେ ଗିରଫ

By

Published : Jun 23, 2022, 1:49 PM IST

ବରଗଡ:ବିପୁଳ ପରିମାଣର କଫସିରପ ଜବତ ସହ ଜଣକୁ ଗିରଫ କଲା ବରଗଡ଼ ଅବକାରୀ ବିଭାଗ l ଗର୍ଭଣା ଗ୍ରାମରେ 890 ବୋତଲ କଫସିରପ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ଇନ୍ସପେକ୍ଟର ରଶ୍ମିତା ଲାକ୍ରା । ଗିରଫ ଅଭିଯୁକ୍ତ ହେଉଛି ଉକ୍ତ ଗ୍ରାମର ଶରତ ଚନ୍ଦ୍ର ଆଚାର୍ଯ୍ୟ ।

890 ବୋତଲ କଫ ସିରଫ ଜବତ ସହ ଜଣେ ଗିରଫ

ମିଳିଥିବା ସୂଚନା ଅନୁଯାୟୀ ଗର୍ଭଣା ଗ୍ରାମରେ କପସିରଫ ଗଚ୍ଛିତ ଥିବା ନେଇ ଏକ ବିଶେଷସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏହାପରେ ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶରେ ବରଗଡ ଅବକାରୀ SP ପ୍ରଦୀପ ପଟ୍ଟନାୟକ ଓ ଇନ୍ସପେକ୍ଟର ରଶ୍ମିତା ଲାକ୍ରାଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ ଗ୍ରାମରେ ଅତର୍କିତ ଚଢ଼ାଉ କରି 890 ବୋତଲ କପସିରଫ ଜବତ କରିଥିଲା । ଏନେଇ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ABOUT THE AUTHOR

...view details