ଓଡିଶା

odisha

ETV Bharat / state

ପାଞ୍ଚ ମାସ ପରେ ବି ଶ୍ରମିକକୁ ମିଳିନି ମନରେଗା ପାଉଣା, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ - Workers did not get mgnrega payment

ମନରେଗା ଯୋଜନାରେ କାମ କରିବାର 5 ମାସ ବିତି ଯାଇଥିଲେ ବି ଶ୍ରମିକଙ୍କୁ ଏଯାଏଁ ମିଳିନି ସେମାନଙ୍କ ପାଉଣା । ଏଭଳି ସ୍ଥିତିରେ ପାରିଶ୍ରମିକ ଦେଇ ନଥିବା ଅଭିଯୋଗ ନେଇ ମଙ୍ଗଳବାର ବରଗଡ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗିଧମାଳ ଗ୍ରାମର ବହୁ ଶ୍ରମିକ । ଅଧିକ ପଢନ୍ତୁ...

Even after 5 months, the Workers did not get mgnrega payment
5 ମାସ ପରେ ବି ଶ୍ରମିକଙ୍କୁ ମିଳିନି ମନରେଗା ପାଉଣା, ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ

By

Published : Sep 30, 2020, 7:36 AM IST

ବରଗଡ଼: ମନରେଗା ଯୋଜନାରେ କାମ କରିବାର 5 ମାସ ବିତି ଯାଇଥିଲେ ବି ଶ୍ରମିକଙ୍କୁ ଏଯାଏଁ ମିଳିନି ସେମାନଙ୍କ ପାଉଣା । ମାସେ କି ଦୁଇ ମାସର ନୁହେଁ ବରଂ 5 ମାସ ହେଲା ଝାଳ ବୁହା ଧନ ପାଇନାହାନ୍ତି ବରଗଡ ଜିଲ୍ଲାର ବହୁ ଶ୍ରମିକ । ଲକଡାଉନ କାରଣରୁ ସମସ୍ତେ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ।

5 ମାସ ପରେ ବି ଶ୍ରମିକଙ୍କୁ ମିଳିନି ମନରେଗା ପାଉଣା, ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ

ଏଭଳି ସ୍ଥିତିରେ ଖୋଦ ସରକାର ସେମାନଙ୍କୁ ପାରିଶ୍ରମିତ ଦେଇ ନଥିବା ଅଭିଯୋଗ ନେଇ ମଙ୍ଗଳବାର ବରଗଡ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗିଧମାଳ ଗ୍ରାମର ବହୁ ଶ୍ରମିକ । ଏହି ଗ୍ରାମର ବହୁ ଦିନମଜୁରିଆ ମନରେଗା ଯୋଜନା ତରଫରୁ 5 ମାସ ପର୍ଯ୍ୟନ୍ତ ମାଟି ବୋହିବା କାମ କରିଥିଲେ ମଧ୍ୟ ଆଜି ଯାଏଁ ସେମାନଙ୍କୁ ତାଙ୍କ ପାଉଣା ମିଳିନାହିଁ ।

ସ୍ଥାନୀୟ ବିଡ଼ିଓଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କ ନିକଟରେ ଆସି ପହଞ୍ଚିଥିଲେ ବହୁ ଶ୍ରମିକ | ତାଙ୍କର ଅଭିଯୋଗର ଶୀଘ୍ର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ଗ୍ରାମବାସୀଙ୍କୁ ଆଶ୍ଵାସନା ଦେଇଛନ୍ତି ।

ବରଗଡ଼ରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details