ଓଡିଶା

odisha

ETV Bharat / state

ବରଗଡରେ ହାତୀ ଉପଦ୍ରବ, ଘଉଡାଇବା ପାଇଁ ବନ ବିଭାଗର ପ୍ରୟାସ - ବରଗଡ ବନ ବିଭାଗ

ପ୍ରଥମ ଥର ପାଇଁ ବରଗଡ ଜିଲ୍ଲା ଭେଡେନ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗ ଚେଷ୍ଟା ଜାରି ରଖିଛି । ଅଧିକ ପଢନ୍ତୁ...

ବରଗଡରେ ହାତୀ ଉପଦ୍ରବ
ବରଗଡରେ ହାତୀ ଉପଦ୍ରବ

By

Published : Dec 24, 2020, 10:04 PM IST

ବରଗଡ: ଜିଲ୍ଲା ଭେଡେନ ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଭେଡେନ ବ୍ଲକ ସିଆଲଖଣ୍ଡତା ଏବଂ ମହୁଲପାଳି ଗ୍ରାମ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଜଙ୍ଗଲୀ ହାତୀ ପ୍ରବେଶ କରି ଚାଷୀଙ୍କ ଧାନ ଫସଲ ନଷ୍ଟ କରିଦେଇଥିବାବେଳେ ରବି ଫସଲ ପାଇଁ ବୁଣା ଯାଇଥିବା ଧାନ ପଲହା ସବୁ ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ବରଗଡରେ ହାତୀ ଉପଦ୍ରବ

ତେବେ ବରଗଡ ଭେଡେନ ବ୍ଲକରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଥିବାବେଳେ ସୋନପୁର ଜିଲ୍ଲାର ଘଞ୍ଚ ଜଙ୍ଗଲ ପଟୁ 30ରୁ ଅଧିକ ହାତୀ ତୁରୁମସ୍ଥିତ ମହାନଦୀ ପାରକରି ଭେଡ଼େନ ଅଞ୍ଚଳକୁ ପ୍ରବେଶ କରିଥିବା ଜଙ୍ଗଲ ବିଭାଗ କହିଛି । ଅନ୍ୟପଟେ ହାତୀ ଗୁଡିକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଚେଷ୍ଟା ଜାରିରହିଛି । ସମ୍ପୃକ୍ତ ଅଞ୍ଚଳରେ ବାଣ, ଫୋଟକା ଫୁଟାଇବା ସହ ସାଇରନ ବଜାଇ ଏବଂ ନିଆଁ ଦେଖାଇ ହାତୀଙ୍କୁ ଘଉଡାଇବା ପାଇଁ ବ୍ୟାପକ ଚେଷ୍ଟା ଚାଲିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details