ଓଡିଶା

odisha

ETV Bharat / state

Padmapur ByPoll: ନିର୍ବାଚନ ପରିଚାଳନା ପ୍ରସ୍ତୁତି ଦେଖିଲେ ପର୍ଯ୍ୟବେକ୍ଷକ

ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ପାଇଁ ସମସ୍ତ ଦଳ ମାନଙ୍କର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । ନିର୍ବାଚନୀ ପ୍ରଚାର ନିରୀକ୍ଷଣ କରିବା ସହିତ ନିର୍ବାଚନ ସହ ଜଡିତ ବିଭିନ୍ନ ଅଭିଯୋଗ ଶୁଣାଣି ପାଇଁ 3 ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ (ଏକ୍ସପେଣ୍ଡିଚର) ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ଅଧିକ ପଢନ୍ତୁ

Padmapur By Poll : ନିର୍ବାଚନ ପରିଚାଳନା ପ୍ରସ୍ତୁତି ଦେଖିଲେ ପର୍ଯ୍ୟବେକ୍ଷକ
Padmapur By Poll : ନିର୍ବାଚନ ପରିଚାଳନା ପ୍ରସ୍ତୁତି ଦେଖିଲେ ପର୍ଯ୍ୟବେକ୍ଷକ

By

Published : Nov 20, 2022, 7:30 AM IST

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ପାଇଁ ସମସ୍ତ ଦଳ ମାନଙ୍କର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । ନିର୍ବାଚନୀ ପ୍ରଚାର ନିରୀକ୍ଷଣ କରିବା ସହିତ ନିର୍ବାଚନ ସହ ଜଡିତ ବିଭିନ୍ନ ଅଭିଯୋଗ ଶୁଣାଣି ପାଇଁ 3 ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ (ଏକ୍ସପେଣ୍ଡିଚର) ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି ।

Padmapur By Poll : ନିର୍ବାଚନ ପରିଚାଳନା ପ୍ରସ୍ତୁତି ଦେଖିଲେ ପର୍ଯ୍ୟବେକ୍ଷକ

ନିର୍ବାଚନ ସମୟରେ କୌଣସି ପ୍ରକାରର ବେଆଇନ କାର୍ଯ୍ୟକଳାପ ଦେଖିଲେ ଜନସାଧାରଣ ସେମାନଙ୍କୁ ପଦ୍ମପୁର ପିଡବ୍ଲ୍ୟୁଡି ଆଇବି (pwd IB) ଠାରେ ସକାଳ 10 ଟାରୁ 11 ଟା ସମୟ ମଧ୍ୟରେ ଦେଖାକରି ସିଧା ସଳଖ ଅଭିଯୋଗ କରିପାରିବେ । ମାନଭେନ୍ଦ୍ର ପ୍ରତାବ ସିଂହ ସାଧାରଣ ପର୍ଯ୍ୟବେକ୍ଷକ( General Observer) ଭାବେ ହେମନ୍ତ ଚୌହାନ ପୋଲିସ ପର୍ଯ୍ୟବେକ୍ଷକ (police Observer) ଭାବେ ଓ ଡିଏମ ରାମପ୍ରସାଦ ଗୁପ୍ତା ଖର୍ଚ୍ଚ ପର୍ଯ୍ୟବେକ୍ଷକ ( Expenditure Observer) ଭାବେ ନିୟୋଜିତ ହୋଇଥିବା ବେଳେ ଆଜି ସମସ୍ତ ପର୍ଯ୍ୟବେକ୍ଷକ ବରଗଡ ଏସପି ଅଫିସରେ ହୋଇଥିବା କଣ୍ଟ୍ରୋଲ ରୁମକୁ ତଦାରଖ କରିଛନ୍ତି ।

ବରଗଡ କଣ୍ଟ୍ରୋଲ ରୁମରୁ ଲାଇଭ ସିସିଟିଭି କ୍ୟାମେରା ଦ୍ଵାରା କିପରି ନିର୍ବାଚନ ସମୟରେ ନଜର ରଖାଯାଇପାରିବ ଏବଂ ଫୋର୍ସକୁ ମୁଭମେଣ୍ଟ କରାଯାଇପାରିବ ତାହାର ପରିଚାଳନା କରାଯାଇଛି । କିପରି ଶୃଙ୍ଖଳା ଭାବରେ ନିର୍ବାଚନକୁ ପରିଚାଳନା କରାଯିବ ସେନେଇ ବରଗଡ ଏସପି ଓ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ପର୍ଯ୍ୟବେକ୍ଷକ ମାନେ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details