ଭୁବନେଶ୍ବର:ଧାମନଗର ଉପନିର୍ବାଚନ ପ୍ରକ୍ରିୟା ଶେଷ ନହେଉଣୁ ବାଜିଲା ଆଉ ଏକ ଉପ ନିର୍ବାଚନ ବିଗୁଲ । ପଦ୍ମପୁର ଉପ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ(Padampur byelection ) । ଡିସେମ୍ବର 5 ଭୋଟ ଗ୍ରହଣ ଓ 8ରେ ଫଳାଫଳ ଘୋଷଣା ହେବ । ଭାରତୀୟ ନିର୍ବାଚନ କମିଶନ(Election Commission of India) ଆଜି ଏହି ଘୋଷଣା କରିଛନ୍ତି । ଉପନିର୍ବାଚନ ପାଇଁ ନଭେମ୍ବର 10ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।
ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ ନଭେମ୍ବର 17 । 18 ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । 21 ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଡିସେମ୍ବର 5ରେ ଭୋଟିଂ ହୋଇ 8 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଡିସେମ୍ବର 10 ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ବିଧାନସଭା ଆସନ ଖାଲି ପଡିଛି । 65 ବର୍ଷ ବୟସରେ ଆଖି ବୁଜିଥିଲେ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ସେ ଦୀର୍ଘ 2 ବର୍ଷ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଜୟ ରଞ୍ଜନ ସିଂ ବରିହା ପଦ୍ମପୁରରୁ 5 ଥର ବିଧାୟକ ଥିଲେ । 1990 ଓ 1995ରେ ସେ ଜନତା ଦଳ ଟିକେଟରେ ବିଧାନସଭା ଆସିଥିଲେ । ସେହିପରି 2000, 2009 ଓ 2019ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । 2014ରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାଜିତ ହୋଇଥିଲେ ।
ବିଧିବଦ୍ଧ ବିଜ୍ଞପ୍ତି- ନଭେମ୍ବର 10, 2022
ନାମାଙ୍କନ ଦାଖଲର ଶେଷ ତାରିଖ: ନଭେମ୍ବର 10, 2022