ଓଡିଶା

odisha

ETV Bharat / state

NAC Elections: ବିଜେଡି ପାଇଁ ମଇଦାନରେ ହେବିୱେଟ, ଘରକୁ ଘର ବୁଲି କରୁଛନ୍ତି ପ୍ରଚାର - ଅତାବିରା ଏନଏସି ନିର୍ବାଚନ

ଅତାବିରା ଏନଏସି ନିର୍ବାଚନ ପାଇଁ ପ୍ରଚାର ମଇଦାନରେ ବିଜେଡିର ହେବିଓ୍ବେଟ । ଘରକୁ ଘର ବୁଲି କରୁଛନ୍ତି ପ୍ରଚାର । ଅଧିକ ପଢନ୍ତୁ

Attabira NAC election
Attabira NAC election

By

Published : Mar 29, 2023, 2:03 PM IST

Attabira NAC election

ବରଗଡ:ପାଖେଇ ଆସୁଛି ଅତାବିରା ଏନଏସି ନିର୍ବାଚନ । ସମୟର ଯେତେ ପାଖେଇ ଆସୁଛି ପ୍ରଚାର ସେତେ ଜୋରସୋରରେ ଚାଲିଛି । ଆସନ୍ତା ୩ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ କସରତ ଆରମ୍ଭ କରିଛନ୍ତି ସମସ୍ତ ଦଳ । ବିଜେପି ଓ କଂଗ୍ରେସ ଦଳ ଯେତିକି ପ୍ରଚାର ପ୍ରସାର ଚଳାଇଛି ବିଜେଡି ତାଙ୍କ ଠାରୁ ମଧ୍ୟ ଜୋରସୋରରେ ପ୍ରଚାର ଆରମ୍ଭ କରିଛି ।

ବିଜେଡି ଦଳ ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ବିଜେଡି ଦଳ ପକ୍ଷରୁ ପ୍ରତିଦିନ ହେବିୱେଟ ନେତାଙ୍କ ପ୍ରଚାର ପ୍ରସାର ଅତାବିରା NAC ଅଞ୍ଚଳର ବିଭିନ୍ନ ୱାର୍ଡ ମାନଙ୍କରେ ଲାଗିରହିଛି । ଏହାରି ଭିତରେ ଗତକାଲି(ମଙ୍ଗଳବାର) ମନ୍ତ୍ରୀ ରୀତା ସାହୁ, ବିଧାୟିକା ସ୍ନେହାଙ୍ଗିଣୀ ଛୁରିଆ ଏବଂ ଅତନୁ ସବ୍ୟସାଚୀ ନାୟକ ଅତାବିରା ଅଞ୍ଚଳର ବିଭିନ୍ନ ୱାର୍ଡ ମାନଙ୍କରେ ସାଧାରଣ ସଭାରେ ଯୋଗଦାନ କରିବା ସହିତ ଘରକୁ ଘର ଯାଇ ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ଚଳିତ ବର୍ଷ ଅତାବିରା NAC ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ବ୍ୟତୀତ ଆମ ଆଦମୀ ପାର୍ଟି ମଧ୍ୟ ନିଜର ପ୍ରାର୍ଥୀକୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଅତାବିରାରେ ଗତ ନିର୍ବାଚନରେ ୧୨ଟି ୱାର୍ଡରେ ୧୨ଟି ଯାକ ବିଜେଡି ଦଳର ପ୍ରାର୍ଥୀ ବିଜୟୀ ହୋଇ ବିଜେଡି ଦଳ ଅତାବିରା NACକୁ ଅକ୍ତିଆର କରିଥିଲା ।

ତେବେ ଚଳିତ ନିର୍ବାଚନ ଆସନ୍ତା ଅପ୍ରେଲ ୩ତାରିଖରେ ହେବାକୁ ଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ଦଳ ଅଧ୍ୟକ୍ଷ ପଦବୀ ସହିତ ସମୁଦାୟ ୧୩ଗୋଟି ଆସନ ଅକ୍ତିଆର କରିବ ବୋଲି ଆଶାବାଦୀ ରହିଥିବା କହିଛନ୍ତି । ତେବେ ସମସ୍ତ ଆସନ ଅକ୍ତିଆର କରିବାର ଲକ୍ଷ୍ୟ ନେଇ ବିଜେଡି ଦଳ ଦିନରାତି ପ୍ରଚାରରେ ଲାଗିପଡିଛନ୍ତି । ବିରୋଧୀ ଦଳ ଲୋକଙ୍କ ପାଖକୁ ରାସ୍ତା ସମସ୍ୟା, ଚାଷୀ ସମସ୍ୟା, ବେରୋଜଗାର ସମସ୍ୟା ଓ ବ୍ୟାପକ ଦୁର୍ନୀତିକୁ ଟାର୍ଗେଟ କରି ଭୋଟ ହାତେଇବାକୁ ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ବିଜେଡି ଦଳ ପକ୍ଷରୁ ହୋଇଥିବା ବିକାଶ ମୂଳକ କାର୍ଯ୍ୟକୁ ନେଇ ଜନସାଧାରଣଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଅନୁରୋଧ କରାଯାଉଛି ।


ଆସନ୍ତା ଅପ୍ରେଲ ୩ତାରିଖରେ ହେବାକୁ ଯାଉଛି ଅତାବିରା NAC ନିର୍ବାଚନ ଏବଂ ଏଥିପାଇଁ ଅତାବିରା ନିର୍ବାଚନ ମଣ୍ଡଳୀରେ ଗତ ୨୮ ଫେବୃଆରୀରୁ ଆସନ୍ତା ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଅତାବିରା NAC ନିର୍ବାଚନରେ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡି ଦଳରୁ ବନମାଳୀ ବରିହା, ବିଜେପି ଦଳରୁ ଲକ୍ଷ୍ମୀ ବେହେରା, କଂଗ୍ରେସ ଦଳରୁ ସବିତା ଭୁଏ ଓ ଆମ ଆଦମି ପାର୍ଟି ରୁ ସାମନ୍ତ ଭୁଏ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details