ବରଗଡ: ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଦୌଡରାଣୀ ଦୂତୀ ଚାନ୍ଦ । ମଥୁରା ନରେଶ କଂସ ମହାରାଜଙ୍କ ଦରବାରରେ ହେଲେ ସମ୍ମାନିତ । ରାଜ ଅତିଥି ଭାବେ ସେ ଯୋଗଦେଇଥିବା ବେଳେ ତାଙ୍କୁ ମହାରାଜ କଂସ ସମ୍ମାନିତ କରିଛନ୍ତି ।
ଦୂତୀଙ୍କ ସହିତ ପ୍ରଶିକ୍ଷକ ଶିବ ମିଶ୍ର ଏବଂ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ମଧ୍ୟ ରାଜ ଅତିଥି ଭାବେ ଯୋଗଦାନ କରିଥିଲେ । ଦୂତୀ ଚାନ୍ଦ ଦୌଡ ପ୍ରତିଯୋଗିତାରେ ମଥୁରା ନଗରୀର ମାନ ସମାନ ରକ୍ଷା କରିଥିବାରୁ ମହାରାଜ କଂସ ଦୂତୀ ଚାନ୍ଦଙ୍କୁ ରାଜ ଦରବାରରେ ସମ୍ମାନିତ କରିଥିଲେ । ସେପଟେ ଡିଆରଏମ ପ୍ରଦୀପ କୁମାରଙ୍କୁ ମଥୁରା ନଗରୀରୁ ଭୁବନେଶ୍ବରକୁ ସକାଳୁଆ ଟ୍ରେନ ସେବା ଯୋଗେଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।