ବରଗଡ: ମୌସୁମୀ ପ୍ରଭାବରେ ବରଗଡରେ ଲାଗି ରହିଛି ବର୍ଷା । ଗତ ତିନିର ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଜିଲ୍ଲାର ସମସ୍ତ ବ୍ଲକରେ ଲଗାତାର ପ୍ରବଳ ବର୍ଷା ଲାଗି ରହିଛି । ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ଏହା ସହ ଅନେକ ନଦୀନାଳ ମଧ୍ୟ ଭର୍ତ୍ତି ହୋଇଯାଇଛି ।
ବରଗଡରେ 3 ଦିନ ଲଗାଣ ବର୍ଷା: ଫୁଲିଲା ନଦୀ-ନାଳ - ଲଗାଣ ବର୍ଷାରେ ଫୁଲିଲା ବରଗଡର ନଦୀନାଳ
ଲଗାତାର ତିନି ଦିନ ହେଲା ବରଗଡ ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା । ଲଗାଣ ବର୍ଷା ଯୋଗୁଁ ଅନେକ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅଧିକ ପଢନ୍ତୁ...
![ବରଗଡରେ 3 ଦିନ ଲଗାଣ ବର୍ଷା: ଫୁଲିଲା ନଦୀ-ନାଳ 3 ଦିନର ଲଗାଣ ବର୍ଷାରେ ଫୁଲିଲା ବରଗଡର ନଦୀନାଳ](https://etvbharatimages.akamaized.net/etvbharat/prod-images/768-512-7745185-825-7745185-1592963621813.jpg)
3 ଦିନର ଲଗାଣ ବର୍ଷାରେ ଫୁଲିଲା ବରଗଡର ନଦୀନାଳ
3 ଦିନର ଲଗାଣ ବର୍ଷାରେ ଫୁଲିଲା ବରଗଡର ନଦୀନାଳ
ଖରିଫ ଫସଲରେ ସହାୟକ ହେବା ପରି ବର୍ଷା ହେଉଥିବାବେଳେ ହଠାତ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଅଣସେଚିତ ଅଞ୍ଚଳ ପଦ୍ମପୁର ଉପଖଣ୍ଡ ଅଞ୍ଚଳର ସମସ୍ତ ନଦୀ ନାଳରେ ଜମି ରହିଛି ବର୍ଷା ପାଣି । ଏପରିକି ପ୍ରବଳ ବର୍ଷା ଯୋଗୁଁ ନଦୀ କୂଳିଆ ଅଞ୍ଚଳର ଅନେକ ଘର ଜଳ ଘେରା ବନ୍ଦୀରେ ଫସି ରହିଛନ୍ତି । ତେବେ ଚଳିତ ବର୍ଷ ସଠିକ ସମୟରେ ମୌସୁମୀ ବର୍ଷା ସାରା ରାଜ୍ୟକୁ ଭିଜେଇ ଦେଇଥିବାବେଳେ ଆଗକୁ ମଧ୍ୟ ଭଲ ବର୍ଷା ହେବାର ଆଶା କରାଯାଉଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ