ଓଡିଶା

odisha

ETV Bharat / state

ବରଗଡ଼ ବଜାରରେ ନକଲି ରିଫାଇନ ! - ନକଲି ତେଲ ଟ୍ୟାଙ୍କର

ଅସଲ ଗାଡ଼ିରେ ନକଲି ତେଲ । ବରଗଡ଼ ବଜାରରେ ବୁଲୁଛି ଏହି ତେଲ ଟ୍ୟାଙ୍କର । ଗାଡ଼ିର ନମ୍ବର ପ୍ଲେଟରୁ ଏହା ଛତିଶଗଡ ରାଜ୍ୟର ବୋଲି ଜଣାପଡ଼ିଛି । ନକଲି ତେଲ ଚାଲାଣ ହେଉଥିବା ସନ୍ଦେହରେ ପୋଲିସ ଏହି ଟ୍ୟାଙ୍କରକୁ ଜବତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

By

Published : Sep 28, 2019, 12:08 PM IST

ବରଗଡ଼: ନକଲି ରିଫାଇନ ତେଲ ଚାଲାଣ କରାଯାଉଥିବା ଅଭିଯୋଗ । ଖବର ପାଇବା ପରେ ଗୋଟିଏ ତେଲ ଟ୍ୟାଙ୍କରକୁ ବୁଡେନ ଥାନା ପୋଲିସ ଅଟକ ରଖିଛି । ତେବେ ଗାଡିର ଡ୍ରାଇଭର ଏହି ତେଲ ଟ୍ରାନ୍ସପୋର୍ଟ ବାବଦକୁ କିଛି ଜାଣିନଥିବା କହୁଥିବା ବେଳେ କୌଣସି କାଗଜ ପତ୍ର ମଧ୍ୟ ନଥିବାରୁ ନକଲି ତେଲ ବୋଲି ସନ୍ଦେହ କରାଯାଉଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ନମ୍ବରରୁ ଜଣାପଡ଼ିଛି କି ଗାଡ଼ିଟି ଛତିଶଗଡ଼ର । ନମ୍ବର ପ୍ଲେଟରେ( CG-04E-2288) ଲେଖାରହିଥିବା ତେଲ ଟ୍ୟାଙ୍କର ବରଗଡ ପଟୁ ଆସୁଥିବା ବେଳେ ବୁଡେନ ପୋଲିସ ଏହାକୁ ଅଟକ ରଖି ପଚରାଉଚରା କରିଥିଲା । କିନ୍ତୁ ପୋଲିସକୁ ସନ୍ଦେହ ହେବାରୁ ଗାଡିଟିକୁ ବୁଡେନ ଥାନାରେ ରଖାଯାଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।

ବରଗଡ ସେଲଟ୍ୟାକ୍ସ ବିଭାଗ ପକ୍ଷରୁ ଏହି ତେଲ ଟ୍ୟାଙ୍କର ପରିବହନ ପାଇଁ ରହିଥିବା କାଗଜ ପତ୍ର ଯାଞ୍ଚ କରିଥିଲେ ହେଲେ କୌଣସି ପ୍ରକାରର ସଠିକ କାଗଜ ପତ୍ର ନଥିଲା । ପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏହି ତେଲର ନମୁନା ସଂଗ୍ରହ କରାଯାଇ ଲାବ୍ରୋଟାରୀକୁ ପଠାଯାଇଥିଲା । ଖାଇବା ତେଲକୁ ଏପରି ଟ୍ୟାଙ୍କର ଦ୍ଵାରା ପରିବହନ କରିବାର ନିୟମ ନଥିବା ବେଳେ କେଉଁ ଉଦ୍ଦ୍ଯେଶରେ ଏପରି କରାଯାଇଛି ତାହା ସନ୍ଦେହଜନକ ବୋଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ବିଶ୍ଵସ୍ତ ସୂତ୍ରରୁ ଯାହା ଜଣାପଡିଛି , ପଶ୍ଚିମବଙ୍ଗର ନମ୍ବର ଥିବା ଏକ ଟ୍ୟାଙ୍କରରେ ଏହି ତେଲ ଆସିଥିଲା ଏବଂ ବରଗଡ ଚକରକେନ୍ଦ ଠାରେ ଛତିଶଗଡ ନମ୍ବର ଥିବା ଏହି ତେଲ ଟ୍ୟାଙ୍କରକୁ ତେଲ ବଦଳି କରାଯାଇଥିଲା । ଏହି ରିଫାଇନ ତେଲ କେଉଁ ଅଞ୍ଚଳର କାରଖାନାରୁ ଆସିଛି ଏବଂ କେଉଁ ସ୍ଥାନକୁ ଯାଉଥିଲା ତାହା ଡ୍ରାଇଭର ସ୍ପଷ୍ଟ କରିନଥିଲେ । ଯାହା ଫଳରେ ପୋଲିସର ସନ୍ଦେହକୁ ଆହୁରି ମଜବୁତ କରିଦେଇଛି । ତେବେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ସଂଗ୍ରହ କରାଯାଇଥିବା ତେଲର ନମୁନାର ଲାବ୍ରୋଟାରୀ ଟେଷ୍ଟ ରିପୋର୍ଟ ଆସିବା ପରେ ଯାଇ ଏହା ନକଲି ତେଲ ନା ଅସଲି ତେଲ ଜଣାପଡିବ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details