ଓଡିଶା

odisha

By

Published : Jul 19, 2020, 8:28 PM IST

ETV Bharat / state

ବରଗଡ ମୁଖ୍ୟ ଚିକିତ୍ସାଳୟ ଡାକ୍ତର ପଜିଟିଭ ଚିହ୍ନଟ, ସଟଡାଉନ ଘୋଷଣା କଲା ପ୍ରଶାସନ

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମୁଖ୍ୟ ଚିକିତ୍ସାଳୟକୁ ସଟଡାଉନ ଘୋଷଣା କରାଯାଇଛି | ଆଇସୋଲେସନ ୱାର୍ଡ଼କୁ ଛାଡି ଅନ୍ୟ ସମସ୍ତ ୱାର୍ଡ଼ ସଂପୂର୍ଣ୍ଣ ସଟଡାଉନ କରାଯାଇଛି । ଅଧିକ ପଢନ୍ତୁ...

ବରଗଡ ମୁଖ୍ୟ ଚିକିତ୍ସାଳୟ ଡାକ୍ତର ପଜିଟିଭ ଚିହ୍ନଟ,ସଟଡାଉନ ଘୋଷଣା କଲା ପ୍ରଶାସନ
ବରଗଡ ମୁଖ୍ୟ ଚିକିତ୍ସାଳୟ ଡାକ୍ତର ପଜିଟିଭ ଚିହ୍ନଟ,ସଟଡାଉନ ଘୋଷଣା କଲା ପ୍ରଶାସନ

ବରଗଡ: ଡାକ୍ତର କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରିବିବାର ଠାରୁ ୫ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି | ଆଇସୋଲେସନ ୱାର୍ଡ଼କୁ ଛାଡି ଅନ୍ୟ ସମସ୍ତ ୱାର୍ଡ଼ ସଂପୂର୍ଣ୍ଣ ସଟଡାଉନ କରାଯାଇଛି | ଡାକ୍ତରଖାନାରେ ଭର୍ତ୍ତି ଥିବା ସମସ୍ତ ରୋଗୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି |

ବରଗଡ ମୁଖ୍ୟ ଚିକିତ୍ସାଳୟ ଡାକ୍ତର ପଜିଟିଭ ଚିହ୍ନଟ,ସଟଡାଉନ ଘୋଷଣା କଲା ପ୍ରଶାସନ

ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କୋରାନା ସଂକ୍ରମିତ ଥିବା ଜଣାପଡିବା ପରେ ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଡାକ୍ତରଖାନାକୁ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ସଟଡାଉନ କରାଯାଇଛି । ଏହା ସହିତ ରୋଗୀମାନଙ୍କୁ ମଧ୍ୟ ବରଗଡ ଟାଉନ ସ୍ଥିତ ପୁରୁଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି | ସମଗ୍ର ଡାକ୍ତରଖାନାକୁ ସିଲ କରିଦିଆଯାଇଛି ଏବଂ ଭିତର ବାହାର ସବୁ ୱାର୍ଡ଼ ଗୁଡିକୁ ମଧ୍ୟ ସାନିଟାଇଜ କରାଯାଇଛି |

ସେହିପରି ଡାକ୍ତରଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ପରେ ବରଗଡ଼ର ମୁକେଶ ପଲି କ୍ଲିନିକ ଏବଂ ମୁକେଶ ମେଡିକାଲ ଷ୍ଟୋର୍‌କୁ ମଧ୍ୟ ୫ଦିନ ପାଇଁ ସଟ୍‌ଡାଉନ୍‌ କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details