ଭୁବନେଶ୍ବର: ଏବେ ସମସ୍ତଙ୍କ ନଜର ପଦ୍ମପୁର ଉପରେ । ନୂଆ ରାଜସ୍ୱ ଜିଲ୍ଲା ପାଇଁ ସୋମବାର RDC ସ୍ତରୀୟ ସମୀକ୍ଷା କାର୍ଯ୍ୟ ଶେଷ ହୋଇଛି । ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ନେଇ ସ୍ଥାନ ନିରୂପଣ କରାଯାଉଛି । ତେବେ ବିଜେଡି ସରକାରଙ୍କ ପ୍ରତିଶ୍ରୁତି କେବେ ପାଳନ କରେନି ବୋଲି କହିଛି କଂଗ୍ରେସ ।
ପଦ୍ମପୁରକୁ ମିଳିବ ଜିଲ୍ଲାର ମାନ୍ୟତା, 2023 ଡିସେମ୍ବର ଶେଷ ସୁଦ୍ଧା ଜିଲ୍ଲା ଗଠନ ହେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବର୍ଷ ପଦ୍ମପୁର ଉପନିର୍ବାଚନ ପ୍ରଚାର ସମୟରେ ଘୋଷଣା କରିଥିଲେ । ହେଲେ ଘୋଷଣାର ବର୍ଷେ ପୁରିଯାଇ ଥିଲେବି ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ନୂଆ ରାଜସ୍ୱ ଜିଲ୍ଲା ପାଇଁ ସୋମବାର RDC ସ୍ତରୀୟ ସମୀକ୍ଷା କାର୍ଯ୍ୟ ଶେଷ ହୋଇଛି । ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ନେଇ ସ୍ଥାନ ନିରୂପଣ କରାଯାଉଛି । ବରଗଡ଼ ଜିଲ୍ଲାପାଳଙ୍କ ସମେତ ଏହି ଟିମରେ 11 ଜଣ ସଦସ୍ୟ ରହିଛନ୍ତି । ପଦ୍ମପୁରକୁ ନୂତନ ଜିଲ୍ଲାର ମାନ୍ୟତା ମିଳିବ କି ନାହିଁ ଏନେଇ ବରଗଡ଼ ଜିଲ୍ଲାବାସୀଙ୍କ ମଧ୍ୟରେ ଏକ ଉତ୍କଣ୍ଠା ଲାଗି ରହିଛି । ତେବେ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ପ୍ରସଙ୍ଗ କେତେ କାର୍ଯ୍ୟକାରୀ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...ବାଟବଣା ଖାଦ୍ୟ ସୁରକ୍ଷା ଯୋଜନା, ମୁଠାଏ ଚାଉଳ ପାଇଁ ହନ୍ତସନ୍ତ ଲୋକେ
ତେବେ ସୋମବାର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ପଦ୍ମପୁର ଠାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ସମୀକ୍ଷା କରିଥିବା ବେଳେ ବିରୋଧୀ ଏହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ରାଜ୍ୟରେ କଣ୍ଟାବାଞ୍ଜି, ଭୁବନେଶ୍ୱର ଭଳି ଅନେକ ନୂଆ ଜିଲ୍ଲା ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଛି ହେଲେ ସରକାର କେବେ କର୍ଣ୍ଣପାତ କରିନାହାଁନ୍ତି ବୋଲି କଂଗ୍ରେସ କହିଛି । ଖାଲି ସେତିକି ନୁହେଁ ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା କାର୍ଯ୍ୟକାରୀ କରନ୍ତି ନାହିଁ ବୋଲି କଂଗ୍ରେସ କହିଛି । ନିର୍ବାଚନ ପୂର୍ବରୁ ସେ ଘୋଷଣା କରିଥିଲେ ପଦ୍ମପୁରକୁ ଜିଲ୍ଲା କରିବେ । ବର୍ତ୍ତମାନ ରାଜ୍ୟରେ ଅନେକ ଉପାନ୍ତ ଅଞ୍ଚଳକୁ ନେଇ ଜିଲ୍ଲା ଦାବି ଉଠୁଛି । ଟିଟଲାଗଡ, କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ନେଇ ସ୍ବର ଉଠାଉଛନ୍ତି ଜନତା । ଜିଲ୍ଲା ଗଠନ ଦାବି ଦୀର୍ଘ ବର୍ଷ ହେବ ଆଲୋଚନା ହେଉଛି ହେଲେ ରାଜ୍ୟ ସରକାର ଶୁଣି ବି ବୋଧେ ଶୁଣିବାକୁ ଚାହୁଁନ ଥିବା ମନେ ହେଉଥିବା କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ମିଳିଛି ।
ଇଟିଭି ଭାରତ,ଭୁବନେଶ୍ବର