ବରଗଡ଼: ଜିଲ୍ଲାରେ ବୁଧବାର ପୁଣି ନୂତନ ୨୪ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୯୯କୁ ପହଞ୍ଚିଛି । ଏହି ୨୪ ଜଣ ସଙ୍କ୍ରମିତଙ୍କ ମଧ୍ୟରୁ ୧୪ ଜଣ କଟାପାଳି ଅବରୋଧ ଅଞ୍ଚଳର ହୋଇଥିବା ବେଳେ ୨ ଜଣ ପାଇକମାଳ ବ୍ଲକର ସରେଇକେଲା ଅବରୋଧ ଅଞ୍ଚଳର ଏବଂ ଜଣେ ପଦ୍ମପୁର ବ୍ଲକ ସିଙ୍ଘନପୁର ଗ୍ରାମର ହୋମ କୋରାଣ୍ଟାଇନରେ ଥିବା ବ୍ୟକ୍ତି ଓ ୨ ଜଣ ବରପାଲି ଏନଏସି ଅଞ୍ଚଳର ବୋଲି ବୋଲି ଜଣାପଡିଛି ।
ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲାକୁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ - Bargarh district shutdown till next 28th
ବରଗଡ ଜିଲ୍ଲାରେ କୋରୋନା ସଙ୍କ୍ରମିତଙ୍କ ସଂଖ୍ୟା ୨୯୯ କୁ ପହଞ୍ଚିବା ପରେ ବରଗଡ ଜିଲ୍ଲାପାଳ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲକୁ ସଟଡ଼ାଉନ ଘୋଷଣା କରିଛନ୍ତି ।
ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲାକୁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ
ସେହିପରି ବରଗଡ ସହରର ୪ ଜଣ ଏବଂ ଭେଡେନ ବ୍ଲକ ରେମଣ୍ଡା ଗ୍ରାମର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବରଗଡ ଜିଲ୍ଲାରେ କୋରୋନା ସଙ୍କ୍ରମିତଙ୍କ ସଂଖ୍ୟା ୨୯୯ କୁ ପହଞ୍ଚିବା ପରେ ବରଗଡ ଜିଲ୍ଲାପାଳ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲକୁ ସଟଡ଼ାଉନ ଘୋଷଣା କରିଛନ୍ତି । ଗୁରୁବାର ରାତି ୯ ଟାରୁ ୨୮ ତାରିଖ ରାତ୍ରି ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ମାତ୍ର ପନିପରିବା, ଫଳ ଏବଂ ତେଜେରାତି ଦୋକାନ ଗୁଡିକ ପ୍ରତିଦିନ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିର୍ଦ୍ଦେଶ ରହିଛି ।
ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ