ଓଡିଶା

odisha

ETV Bharat / state

ବରଗଡ଼ରେ ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ, ଯୋଗଦେଲେ ୧୦୦ରୁ ଅଧିକ ଖେଳାଳି - bargarh news

New Odisha Youth Odisha Programme: ବରଗଡ଼ ଜିଲ୍ଲାରେ ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ପଞ୍ଚାୟତ ମହାବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ । ଅଧିକ ପଢନ୍ତୁ

ବରଗଡ଼ରେ ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ
ବରଗଡ଼ରେ ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ

By ETV Bharat Odisha Team

Published : Jan 4, 2024, 8:46 AM IST

ବରଗଡ଼ରେ ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ

ବରଗଡ଼: ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା ଗଠନ କରିବାକୁ ଆଜିର ନୂତନ ଯୁବପିଢିକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ବୁଧବାର ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟଠାରେ ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୂକୁଲ୍ୟରେ ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ଅତିଥି ଭାବରେ ମନ୍ତ୍ରୀ ରୀତା ସାହୁ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ତେବେ ଜିଲ୍ଲାର 12 ଗୋଟି ବ୍ଲକରେ ପୂର୍ବରୁ ହୋଇଥିବା ବ୍ଲକସ୍ତରୀୟ କ୍ରୀଡା ଉତ୍ସବରେ ନିଜର ପ୍ରତିଭା ଦେଖାଇଥିବା ଓ ବିଜୟୀ ହୋଇଥିବା ଶତାଧିକ ଯୁବକ ଯୁବତୀ ଏହି କ୍ରୀଡା ଉତ୍ସବରେ ଭାଗନେବେ ଓ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ସୁଯୋଗ ପାଇପାରିବେ ବୋଲି ସୂଚନା ମିଳିଛି । ଯୁବକମାନଙ୍କ ଭିତରେ ନୂତନ ଉତ୍ସାହ ସୃଷ୍ଟି କରିବାକୁ ଯାଇ ଆୟୋଜିତ ଏହି ଉତ୍ସବରେ ବରଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବିଜୟୀ ହୋଇଥିବା 100 ଗୋଟି ଦଳ ଯୋଗ ଦେଇଛନ୍ତି । ଏଥିରେ କ୍ରିକେଟ, ଫୁଟବଲ, ଖୋଖୋ, କବାଡି ଆଦି ବିଭିନ୍ନ ଖେଳକୁଦ ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏହି ଉତ୍ସବରେ ଯୁବକମାନଙ୍କୁ ସାମିଲ କରାଯାଇ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ଦିଆଯାଇଛି ଏବଂ କ୍ରୀଡା ସହିତ ସମସ୍ତ କ୍ଷେତ୍ରରେ ଯୁବକମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଭରି ଦେବାର ପ୍ରୟାସ କରାଯାଇଛି । ପ୍ରତିଯୋଗିତାରେ କୃତି ଯୁବକମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେବାକୁ ସୁଯୋଗ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏପରି ନୂତନ ଯୋଜନାକୁ ସ୍ଵାଗତ ଜଣାଇଛନ୍ତି ଯୁବପିଢି ।

ଅଧିକ ପଢନ୍ତୁ...ମାଲକାନଗିରିରେ 'ଯୁବ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ

ଏହା ମଧ୍ୟ ପଢନ୍ତୁ...ଜଗତସିଂହପୁରରେ ନୂଆ-ଓ କାର୍ଯ୍ୟକ୍ରମ ଅନୁଷ୍ଠିତ, 10 ହଜାର ଛାତ୍ରଛାତ୍ରୀ ସାମିଲ

କ୍ରୀଡା କ୍ଷେତ୍ରରେ ଆଜିର ଯୁବକଙ୍କୁ ଆଗକୁ ବଢିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଯୋଗ ଦେଇ ନୂତନ ଭବିଷ୍ୟତ ଗଢିବାର ରାସ୍ତା ଖୋଲି ଦେଇଛନ୍ତି । ଏହାସହ ପଞ୍ଚାୟତସ୍ତରରେ ଲୁକ୍କାୟିତ ରହିଯାଉଥିବା ଅନେକ ପ୍ରତିଭାବାନ ଯୁବକମାନେ ବର୍ତ୍ତମାନ ନିଜର ପ୍ରତିଭା ବଳରେ ଜିଲ୍ଲା ତଥା ରାଜ୍ୟସ୍ତରରେ ନିଜକୁ ସାମିଲ କରି କ୍ରୀଡା କ୍ଷେତ୍ରରେ ନିଜର ଭବିଷ୍ୟତ ଗଢିପାରିବେ । ତେବେ ନିଶ୍ଚିତ ଭାବେ ବର୍ତ୍ତମାନର ଯୁବପିଢିକୁ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଲାଭଦାୟକ ହେବ ବୋଲି କହିଛନ୍ତି ମନ୍ତ୍ରୀ ରୀତା ସାହୁ ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details