ଓଡିଶା

odisha

ETV Bharat / state

ମନରେଗା ଯୋଜନାରେ ଚାଲିଥିବା କାମର ସମୀକ୍ଷା କଲେ ଜିଲ୍ଲାପାଳ - district commissioner visited the MNREGA project

ମନରେଗା ଯୋଜନାରେ ହେଉଥିବା କାମର ସମୀକ୍ଷା କଲେ ଜିଲ୍ଲାପାଳ । ବାହାରୁ ଆସୁଥିବା ଶ୍ରମିକମାନଙ୍କ ପାଇଁ ଜବ୍ କାର୍ଡ ଯୋଗାଇଛି ଜିଲ୍ଲା ପ୍ରଶାସନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମନରେଗା ଯୋଜନାରେ ହେଉଥିବା କାମକୁ ପରିଦର୍ଶନ କାଲେ ଜିଲ୍ଲାପାଳ
ମନରେଗା ଯୋଜନାରେ ଚାଲିଥିବା କାମର ସମୀକ୍ଷା କଲେ ଜିଲ୍ଲାପାଳ

By

Published : May 8, 2020, 9:37 PM IST

ବରଗଡ: ଲକଡାଉନରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡିଶାର ହଜାର ହଜାର ଶ୍ରମିକ ନିଜ ଅଞ୍ଚଳକୁ ଫେରିବା ପରେ ବେକାର ହୋଇ ରହିଥିବା ସମସ୍ତ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି । ତେବେ ବରଗଡ଼ ଜିଲ୍ଲାରୁ ମଧ୍ୟ ଅନ୍ୟତ୍ର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ହଜାର ହଜାର ଶ୍ରମିକ ବରଗଡ଼କୁ ଫେରିବା ପରେ ଜିଲ୍ଲା ପ୍ରଶାସନ ଶ୍ରମିକମାନଙ୍କୁ କାମ ଧନ୍ଦା ଯୋଗାଇ ଦେବା ପାଇଁ ଚିନ୍ତା କରିଛି । ଏଥିପାଇଁ ମନରେଗା ଯୋଜନା ସହିତ ରହିଥିବା ଅନ୍ୟାନ୍ୟ ସମସ୍ତ ଯୋଜନାର କାମ ଗୁଡିକୁ ଆରମ୍ଭ କରି ଦିଆଯାଇଛି ।

ମନରେଗା ଯୋଜନାରେ ଚାଲିଥିବା କାମର ସମୀକ୍ଷା କଲେ ଜିଲ୍ଲାପାଳ

ମନରେଗା ଯୋଜନାରେ ଯେମିତି ମେସିନ ସାହାଯ୍ୟରେ କାମ କରାନଯିବା ସେ ନେଇ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକମାନେ କାମ ଧନ୍ଦା କରି ଯେପରି ନିଜ ପରିବାର ପ୍ରତିପୋଷଣ କରିପାରିବେ ସେ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଜବ କାର୍ଡ ଯୋଗାଇ ଦେବା ସହିତ କାମ ଦିଆଯାଉଛି । ତେବେ ମନରେଗା ଯୋଜନାରେ କାମ ଚାଲିଥିବା ଅଞ୍ଚଳ ଗୁଡିକୁ ଖୋଦ ଜିଲ୍ଲାପାଳ ନିଜେ ଯାଇ ତଦାରଖ କରୁଛନ୍ତି । ଶୁକ୍ରବାର ଜିଲ୍ଲାପାଳ ବିଜେପୁର ବ୍ଲକ ଅଞ୍ଚଳ ଗସ୍ତ କରି ସେଠାରେ ମନରେଗା ଯୋଜନାରେ ଚାଲିଥିବା କାମର ସମୀକ୍ଷା କରିଥିଲେ । ଏପରି ଆଗକୁ ବହୁ ଅଞ୍ଚଳ ଗସ୍ତ କରି କାମର ସମୀକ୍ଷା କରିବାର ଯୋଜନା ରହିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details